Voice of Eastern India

Vaibhav Sooryavanshi: ଆହୁରି କରିବାକୁ ହେବ ଅପେକ୍ଷା ! ଦ୍ବିତୀୟ ଟି-୨୦ରେ ବି ନିରାଶ ବୈଭବ


ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟ୍ୱେଣ୍ଟି-୨୦ (T20I) ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେଲଫାଷ୍ଟର ସିଭିଲ୍ ସର୍ଭିସ୍ କ୍ରିକେଟ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି । ସମସ୍ତଙ୍କ ନଜର ଥିବା ଯୁବ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ହୋଇପାରି ନାହିଁ ।

ଆହୁରି କରିବାକୁ ହେବ ଅପେକ୍ଷା

ଅଣ୍ଡର-୧୯ କ୍ରିକେଟରେ ନିଜର ଦମଦାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା। ଆଶା କରାଯାଉଥିଲା ଯେ, ରବିବାର ଦିନ ଆୟରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ସେ ମୈଦାନକୁ ଓହ୍ଲାଇବେ, କିନ୍ତୁ ଦଳୀୟ ରଣନୀତି କାରଣରୁ ତାଙ୍କୁ ପୁଣିଥରେ ବେଞ୍ଚରେ ବସିବାକୁ ପଡ଼ିଛି।

ଦଳରେ ଦୁଇ ନୂଆ ଚେହେରା

ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନଥିଲେ ମଧ୍ୟ ମେନ-ଇନ୍-ବ୍ଲୁ ଦୁଇଜଣ ପ୍ରତିଭାବାନ ଖେଳାଳିଙ୍କୁ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ଦେଇଛି । ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ପ୍ରିନ୍ସ ଯାଦବ। ଏହି ଯୁବ ଫାଷ୍ଟ ବୋଲରଙ୍କୁ ଦଳରେ ସାମିଲ କରାଯାଇ ଭାରତୀୟ ପେସ୍ ଆଟାକକୁ ମଜଭୁତ କରାଯାଇଛି। ସୂର୍ଯ୍ୟାଂଶ ସେଡଗେ ଜଣେ ଦକ୍ଷ ବ୍ୟାଟିଂ ଅଲରାଉଣ୍ଡର ଭାବରେ ସୁଯୋଗ ମିଳିଛି । ସେ ମଧ୍ୟକ୍ରମରେ ଦଳକୁ ସନ୍ତୁଳନ ଯୋଗାଇବେ।

ଭାରତ ପାଇଁ “କର ବା ମର” ସ୍ଥିତି

ତିନି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ରେ ତିଷ୍ଠି ରହିବା ପାଇଁ ଭାରତ ପାଇଁ ଏହି ଦ୍ୱିତୀୟ ମ୍ୟାଚଟି ଜିତିବା ଅତ୍ୟନ୍ତ ଜରୁରୀ। ସିରିଜ୍ ଆଶା ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚରେ ଅଧିନାୟକ ଶ୍ରେୟସ ଆୟର ପିଚର ସ୍ଥିତିକୁ ଦେଖି ପ୍ରଥମେ ଫିଲ୍ଡିଂ କରିବାକୁ ଶ୍ରେୟସ୍କର ମଣିଛନ୍ତି, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ରନ୍ ଚେଜ୍ କରିବା ସହଜ ହେବ।



Source link

Leave A Reply

Your email address will not be published.