ନୂଆଦିଲ୍ଲୀ: ୟୁଗାଣ୍ଡାର ମିଲିଟାରୀ ମୁଖ୍ୟ ଏବଂ ରାଷ୍ଟ୍ରପତିଙ୍କ ପୁଅ ମୁହୁଜି କାଇନେରୁଗାବା ଦେଶର ଦୁଇ ପ୍ରମୁଖ ମିଡିଆ ଆଉଟଲେଟରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୟୁଗାଣ୍ଡର ସବୁଠୁ ବଡ଼ ଦୈନିକ ଖବରକାଗଜ ଡେଲି ମନିଟର୍ ଓ ଦେଶର ସବୁଠୁ ବଡ଼ ପ୍ରାଇଭେଟ୍ ବ୍ରଡକାଷ୍ଟର ଏନଟିଭି ୟୁଗାଣ୍ଡାକୁ ବନ୍ଦ କରିଦିଆଯାଇଛି । ଏହି ଦୁଇ ଗଣମାଧ୍ୟମ ସଂସ୍ଥାନକୁ ବନ୍ଦ କରିବା ନିର୍ଦ୍ଦେଶ ଦେଇ ମୁହୁଜୀ କହିଛନ୍ତି, ମୋର ବିନା ଅନୁମତିରେ ଏହି ସଂସ୍ଥାଗୁଡ଼ିକ ପୁଣି ଥରେ ଖୋଲିବ ନାହିଁ ।
ମୁହୁଜି କାଇନେରୁଗାବା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ୟୁଗାଣ୍ଡାରେ ପ୍ରେସ୍ ସ୍ୱାଧୀନତା ସିଦ୍ଧାନ୍ତରେ ମୋର ବିଶ୍ୱାସ ନାହିଁ । ପ୍ରେସ୍ ବିପ୍ଲବୀ କ୍ୟାଡରଙ୍କ ଦ୍ୱାରା ପରିଚାଳିତ ହେବା ଦରକାର । ଏପିରିକି ସେ କହିଛନ୍ତି ଯେ ମୋର ବନ୍ଦ ନିର୍ଦ୍ଦେଶ ପରେ ଏନଟିଭି ଓ ଡେଲି ମନିଟରକୁ ପ୍ରତିଦିନ ୫ ମିଲିୟନ ଡଲାର କ୍ଷତି ହେଉଛି । ଏହା ଶୁଣି ମୁଁ ଭାରୀ ଖୁସି ଅନୁଭବ କରୁଛି ।
In Uganda, I DO NOT believe in a free press! The press should be guided by cadres of the revolution.
— Muhoozi Kainerugaba (@mkainerugaba) June 27, 2026
ମୁହୁଜି ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାମ୍ବାଦିକମାନେ ସରକାରୀ ଅନୁଗତଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ । ତଥାପି, କାଇନେରୁଗାବା ଏହି ବନ୍ଦ ନିର୍ଦ୍ଦେଶର କୌଣସି ନିର୍ଦ୍ଦିଷ୍ଟ କାରଣ ଦେଇ ନାହାନ୍ତି । ଡେଲି ମନିଟର ରବିବାର ରିପୋର୍ଟ କରିଛି ଯେ ରାଜଧାନୀ କାମ୍ପାଲାରେ ଥିବା ନେସନ୍ ମିଡିଆ ଗ୍ରୁପ୍ କାର୍ଯ୍ୟାଳୟରେ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ଏବଂ କର୍ମଚାରୀମାନଙ୍କୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିବାରୁ ବାରଣ କରାଯାଇଥିଲା । ରବିବାର ସକାଳ ସୁଦ୍ଧା, ଏନଟିବି ଉଗାଣ୍ଡା ଏବଂ ଦେଶର ଏନଏମଜିର ଅନ୍ୟାନ୍ୟ ଟିଭି ଏବଂ ରେଡିଓ ପ୍ରସାରଣକାରୀମାନେ ପ୍ରସାରଣ ବନ୍ଦ କରିଦେଇଥିଲେ ।
କାଇନେରୁଗାବା ବିରୋଧୀ ନେତା ବୋବି ୱାଇନଙ୍କ ମୁଣ୍ଡକାଟ ଧମକ ସମେତ ତାଙ୍କର ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଜଣାଶୁଣା । ତାଙ୍କୁ ତାଙ୍କ ବୃଦ୍ଧ ପିତା ତଥା ରାଷ୍ଟ୍ରପତି ୟୋୱେରି ମୁସେଭେନିଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଏ । ମୁସେଭେନି ୧୯୮୬ ମସିହାରୁ ଉଗାଣ୍ଡାକୁ ଶାସନ କରୁଛନ୍ତି । ତାଙ୍କ ପରେ କିଏ ଆସିବ ସେ ବିଷୟରେ ସେ କେବେ ସାର୍ବଜନୀନ ଭାବରେ ମନ୍ତବ୍ୟ ଦେଇ ନାହାନ୍ତି । ତଥାପି, ସୁରକ୍ଷା ମାମଲାରେ ତାଙ୍କ ପୁଅର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଇଛି ।
