Voice of Eastern India

SIR କାର୍ଯ୍ୟକ୍ରମରେ ଅବହେଳା ଓ କର୍ତ୍ତବ୍ୟରେ ଅନୁପସ୍ଥିତ ଅଭିଯୋଗ : ଦୁଇ BLO ନିଲମ୍ବିତ


ବୌଦ୍ଧ ୧।୬: ନିର୍ବାଚନ କାର୍ଯ୍ୟରେ ସାମାନ୍ୟତମ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ବୌଦ୍ଧ ଜିଲ୍ଲାରେ ଏହାର ଏକ ବଡ଼ ପ୍ରମାଣ ଦେଖିବାକୁ ମିଳିଛି, ଯେଉଁଠି ଭୋଟର ତାଲିକାର SIR କାର୍ଯ୍ୟକ୍ରମରେ ଚରମ ଅବହେଳା ଏବଂ କର୍ତ୍ତବ୍ୟରେ ଅନୁପସ୍ଥିତ ରହିବା ଅଭିଯୋଗରେ ଦୁଇ ଜଣ ଶିକ୍ଷକ ତଥା ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଦୁଇ ଅଧିକାରୀ ହେଉଛନ୍ତି ଗଣ୍ଡିସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେନ୍ଦ୍ର ବେହେରା ଏବଂ ଖରଭୁଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବ ଚନ୍ଦ୍ର ଗାଆଣ ।

ବିରେନ୍ଦ୍ର ବେହେରା ୧୭୬-ଗଣ୍ଡିସର ମତଦାନ କେନ୍ଦ୍ରରେ ଏବଂ ଶିବ ଚନ୍ଦ୍ର ଗାଆଣ ୧୬୯-ଖରଭୂଇଁ ମତଦାନ କେନ୍ଦ୍ରରେ BLO ଭାବେ ଦାୟିତ୍ୱରେ ଥିଲେ । ବାରମ୍ବାର ନିର୍ଦ୍ଦେଶ ଏବଂ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସେମାନେ SIR କାର୍ଯ୍ୟରେ ଅନୁଉପସ୍ଥିତ ରହିଥିଲେ। ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) କ୍ଷେତ୍ର ପରିଦର୍ଶନ ସମୟରେ ଏହି ଦୁଇ ଜଣଙ୍କ ଅନୁପସ୍ଥିତି ରହିଥିଲେ ।

Also Read:- ଖାକିରେ କଳଙ୍କର ଛିଟା, ଥାନା ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ

ବୌଦ୍ଧ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସୂଚନା ଅନୁଯାୟୀ, ଏଭଳି ଅନଧିକୃତ ଅନୁପସ୍ଥିତି ଭୋଟର ତାଲିକାର ସଠିକତା ଓ ନିର୍ଭରଯୋଗ୍ୟତା ରକ୍ଷାରେ ବାଧା ସୃଷ୍ଟି କରୁଛି । ଏହା Representation of the People Act, 1950ର ଧାରା ୩୨ର ସ୍ପଷ୍ଟ ଉଲ୍ଲଂଘନ ଅଟେ । ତେଣୁ ଉଭୟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମାବଳୀ ଅନୁଯାୟୀ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଏହାସହ ଜିଲ୍ଲାର ସମସ୍ତ BLO ଏବଂ ସୁପରଭାଇଜରଙ୍କୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରଶାସନ ତରଫରୁ କଡ଼ା ଚେତାବନୀ ଦିଆଯାଇଛି ।



Source link

Leave A Reply

Your email address will not be published.