Voice of Eastern India

ଶ୍ରୀଲଙ୍କାନ ଏୟାରଲାଇନ୍ସ ଫ୍ଲାଇଟ ଉପରେ ବଜ୍ରପାତ, ବିମାନରେ ଥିଲେ ୨୦୦ ଯାତ୍ରୀ, ସମସ୍ତେ ସୁରକ୍ଷିତ


କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରୁ ସିଡନୀ ଯାଉଥିବା ଶ୍ରୀଲଙ୍କାନ ଏୟାରଲାଇନ୍ସ ର ଏକ ଫ୍ଲାଇଟ୍ କୁ ଅଧବାଟରୁ ଫେରିଆସିବାକୁ ପଡିଛି। କାରଣ ବିମାନ ଉପରେ ବଜ୍ରପାତ ହୋଇଥିଲା। ଏହି ଘଟଣା ଶୁକ୍ରବାରର ତେବେ ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଶନିବାର ଜଣାପଡିଛି। ‘ଡେଲି ମିରର ଶ୍ରୀଲଙ୍କା’ ରିପୋର୍ଟ ଅନୁସାରେ ବଜ୍ରପାତ ଯୋଗୁ ଯାତ୍ରୀ ବିମାନରେ ଜୋରଦାର ଶବ୍ଦ ଶୁଣିଥିଲେ ଓ କିଛି ସମୟ ପର୍ଯ୍ୟନ୍ତ ବିମାନର ଗୋଟିଏ ଇଞ୍ଜିନରୁ ନିଆଁ ବାହାରିଥିଲା। ତେବେ ଜାହାଜର ଚାଳକ ଦଳ ସଦସ୍ୟ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରିତ କରିଥିଲେ। ଡେଲି ମିରର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଉଡାଣ କାଳରେ ବିମାନରୁ ନିଆଁ ଝୁଲ ବାହାରୁଥିବା ଓ ବିମାନ ବନ୍ଦରକୁ ଫେରି ଆସୁଥିବା ଦେଖା ଯାଇଛି।

ପରେ ପାଇଲଟ ଯାତ୍ରୀଙ୍କୁ ବିମାନ ଉପରେ ବଜ୍ରପାତ ହୋଇଥିବା ସୂଚନା ଦେଇଛନ୍ତି., ଫଳରେ ବିମାନର ଗୋଟିଏ ଇଞ୍ଜିନ ସାମାନ୍ୟ ଖରାପ ହୋଇଥିବା କହିଛନ୍ତି। ତେବେ ସତର୍କତା ସ୍ୱରୂପ ବିମାନ ସିଡନୀ ଯାତ୍ରା ସ୍ଥଗିତ କରି ଅଧବାଟରୁ କଲମ୍ବୋ ଫେରି ଆସିଛି, ଯେଉଁଠି ବିମାନ ସୁରକ୍ଷିତ ଅବତରଣ କରିଛି। ସୂଚନା ଯୋଗ୍ୟ ଯେ ବିମାନଟି ଶୁକ୍ରବାର ୦୦.୦୫ ମିନିଟ୍ ରେ ୨୦୭ ଯାତ୍ରୀ ଓ ୧୬ ଚାଳକଦଳ ସଦସ୍ୟଙ୍କ ସହିତ କଲମ୍ବୋରୁ ଯାତ୍ରା କରିଥିଲା। ଖରାପ ପାଗ ଯୋଗୁ ଅପରେସନାଲ ଘଟଣା ପରେ ବିମାନ ସୁରକ୍ଷିତ ରୂପେ ବନ୍ଦରନାୟକେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରିଛି।

ବଜ୍ରପାତରେ କ୍ଷତିଗ୍ରସ୍ତ ଫ୍ଲାଇଟ ୟୁଏଲ୬୦୬ ଶ୍ରୀଲଙ୍କାନ ଏୟାରଲାଇନ୍ସ ର ଏକ ଏୟାରବସ୍ ଏ-୩୩୦-୨୪୩ ବିମାନ। ବଜ୍ରପାତରେ ଏହାର ବାମ ପାର୍ଶ୍ୱ ଇଞ୍ଜିନଟି ପ୍ରଭାବିତ ହୋଇଥିଲା। ଆକାଶରେ ଉଡୁଥିବା ବେଳେ ଏଥିରୁ ନିଆଁ ଝୁଲ ବାହାରି ଉଡିଥିଲା। ଏଣୁ ପାଇଲଟ ସିଡନୀ ଯାତ୍ରା ନିଷ୍ପତ୍ତି ବଦଳାଇ ତୁରନ୍ତ ଏୟାରପୋର୍ଟକୁ ଫେରିଯିବା ଉଚିତ ମନେ କରିଥିଲେ। ବିମାନ ଟେକଅଫ କରିବାର କିଛି ସମୟ ପରେ ଏହି ଘଟଣା ଘଟିଥିବାରୁ ବେସି ଦୂର ଯାଇନଥିଲା ଓ ସୁରକ୍ଷିତ ବିମାନ ବନ୍ଦରରେ ଅବତରଣ କରିଛି। ସମସ୍ତ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ବିମାନ ସହ ସୁରକ୍ଷିତ ଅବତରଣ କରିଛନ୍ତି। 





Source link

Leave A Reply

Your email address will not be published.