Voice of Eastern India

ଛକ ଉପରେ ଫାଟିଲା ଟ୍ରାନ୍ସଫରମର, ଭୟରେ ଦୋଡ଼ିଲେ ଲୋକେ




ଚଣ୍ଡିଖୋଲ: ସବୁକିଛି ଥିଲା ସ୍ବାଭାବିକ। ଛକରେ ଉପରେ ଚାଲିଥିଲା ସବୁଦିନ ଭଳି କିଣାକିଣି। ହେଲେ ହଠାତ ଶୁଭିଥିଲା ବିସ୍ଫୋରଣରେ ଶବ୍ଦ। କେହି କିଛି ବୁଝିବା ଆଗରୁ ଖେଳିଯାଇଥିଲା ହଇଚଇ, ଭୟରେ ଏତେ ତେଣେ ଦୌଡ଼ିଥିଲେ ଲୋକେ। ପରେ ଜଣାପଡ଼ିଥିଲା ଏକ ଟ୍ରାନ୍ସଫରମର ଫାଟିଯାଇଛି। ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁ ଆୟତ୍ତ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଚଣ୍ଡିଖୋଲ ଛକରେ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଛକରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ ଥିବା ଟ୍ରାନ୍ସଫରମରରେ ବିସ୍ଫୋରଣ ହୋଇଥିଲା। ଫଳରେ ଆତଙ୍କିତ ହୋଇପଡ଼ିଥିଲେ ଲୋକେ। ଆଉ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ। ତେବେ କିଛି ସମୟ ପରେ ଟ୍ରାନ୍ସଫରମର ବିସ୍ଫୋରଣ ହୋଇଥିବା ଜଣାପଡ଼ିଥିଲା।

Also Read: ଦ୍ରୁତଗତିରେ ଆସି ହାଇଓ୍ବାକୁ ପଛରୁ ପିଟିଲା BMW କାର୍, ଚାଲିଗଲା ଦୁଇ ଜୀବନ​​​​​​​

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଶୋ ରୁମ୍‌ମାନଙ୍କରେ ଅତ୍ୟଧିକ ଏସିର ବ୍ୟବହାର ଯୋଗୁ ଲୋଡ୍ ସମ୍ଭାଳିନପାରିବାରୁ ଏଭଳି ହୋଇଛି। ବିଶେଷ କରି ନେଉଳପୁର ବିଦ୍ୟୁତ୍ ବିଭାଗ (ନେସ୍କୋ) କର୍ମଚାରୀଙ୍କ ପାଇଁ ଏହି ଭଳି ଘଟଣା ଘଟିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ତେବେ ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ବଡଚଣା ପୋଲିସ୍ ପହଞ୍ଚି ଏହାକୁ ନିୟନ୍ତ୍ରଣ କରିଛି।



Source link

Leave A Reply

Your email address will not be published.