Voice of Eastern India

ସାଲିଆସାହିରେ ଦେଶୀ ମଦ କାରଖାନା ଭାଙ୍ଗିଲା ଅବକାରୀ ପୋଲିସ, ରଜ ପାଇଁ ଚାଲିଥିଲା ସ୍ବତନ୍ତ୍ର ଅଫର୍


ଭୁବନେଶ୍ବର: ରଜ ପାଇଁ ମଦରେ ଅଫର । ୩ ଶହ ଟଙ୍କାରେ ମଦ କିଣିଲେ ଚାଖଣା ଫ୍ରି । ଚାଖଣାରେ ମିଳିବ ଇଲିସି ଶୁଖୁଆ ଭଜା ସାଙ୍ଗକୁ ସିଝା ବୁଟ । ଖାଲି ସେତିକି ନୁହେଁ କୁକୁଡ଼ା ମୁଣ୍ଡକୁ ଗୋଡ଼ର ଝାଲ୍ । ହାପୁଡ଼େ ଚାଖଣାରେ ଉଠିବ ଗିଲାସେ ମଦ । ମଦ ଉପରେ ଏମିତି ଅଫର ଦିଆଯାଉଥିଲା ଭୁବନେଶ୍ବର ସାଲିଆ ସାହିରେ । ହେଲେ ଦେଶୀ ମଦ ମାଫିଆଙ୍କ ସବୁ ଖେଳକୁ ବିଗାଡ଼ି ଦେଇଛି ଅବକାରୀ ବିଭାଗ । ୩ ହଜାର ଲିଟର ଚୋରା ମଦ ପୋଚ ନଷ୍ଟ କରିବା ସହ ୩ଶହ ଲିଟର ରନ୍ଧା ମଦ ଜବତ କରିଛି ଅବକାରୀ ଟିମ୍ ।

ସୂଚନା ଅନୁସାରେ, ସାଲିଆ ସାହିରେ ଚାଲିଥିବା ଏହି ଦେଶୀ ମଦ କାରଖାନାକୁ ଭାଙ୍ଗିଛି ଅବକାରୀ ଟିମ୍। ଏଠାରେ ଦେଶୀ ମଦ ବିକ୍ରୟ ଚାଲିଥିଲା। ମଦକୁ ବୋତଲରେ ଭର୍ତ୍ତି କରି ଗ୍ରାହକଙ୍କୁ ବିକ୍ରୀ ହେଉଥିଲା । ଗୋଟିଏ ଦେଶୀ ମଦ ବୋତଲକୁ ୩ ଶହ ଟଙ୍କାରେ କିଣି ନେଉଥିଲେ ଗ୍ରାହକ । ଜଣାପଡ଼ିଛି ପ୍ରତିଦିନ ୩୦୦ ବୋତଲ ମଦ ବିକ୍ରି ହେଉଥିଲା । ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି, ସାଲିଆ ସାହିରେ ମଦ ବେପାରୀଙ୍କ ଘରେ ବାରମ୍ବାର ଚଢ଼ାଉ କରୁଛି ଅବକାରୀ ବିଭାଗ । ଏମିତିକି କିଛି ବେପାରୀଙ୍କ ଘର ଉପରେ ବୁଲଡୋଜର ମଧ୍ୟ ବୁଲିଛି । ତଥାପି ଏହି ଅଞ୍ଚଳରେ ଚୋରା ମଦ ପ୍ରସ୍ତୁତ ବନ୍ଦ ହେଉନି ।

 



Source link

Leave A Reply

Your email address will not be published.