ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର ବିଜେପିରେ ସାମିଲ୍ ହୋଇଛନ୍ତି। ଏହା ସହ ରାଜନୀତିରେ ସେ ନିଜର ନୂଆ ଇନିଂସ ଆରମ୍ଭ କରିଛନ୍ତି। ପାର୍ଟିରେ ଯୋଗ ଦେବା ମାତ୍ରେ ହିଁ ତାଙ୍କୁ ବଡ଼ ପଦ ବି ମିଳିଛି। ଚହଲଙ୍କୁ ଓବିସି ମୋର୍ଚ୍ଚାର ଆମନ୍ତ୍ରିତ ସଦସ୍ୟ କରାଯାଇଛି। ତାଙ୍କର ବିଜେପିରେ ସାମିଲ ହେବା ମାତ୍ରେ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି। ଏହା ମଧ୍ୟରେ ଶିବସେନା(UBT)ର ନେତା ପ୍ରିୟଙ୍କା ଚତୁର୍ବେଦୀ ଚହଲଙ୍କୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଏମିତି ଲାଗୁଛି ଚହଲଙ୍କୁ ସୁଗାର ଡାଡି ମିଳି ଯାଇଛି।
ପ୍ରିୟଙ୍କା ଚତୁର୍ବେଦୀଙ୍କ ଏହି ଆକ୍ଷେପ ଏଥିପାଇଁ ଅଧିକ ଚର୍ଚ୍ଚାରେ ରହିଛି କାରଣ ଗତ ବର୍ଷ ୟୁଜବେନ୍ଦ୍ର ଚହଲଙ୍କ ଛାଡ଼ପତ୍ର ହୋଇଥିଲା। ୨୦୨୦ରେ ତାଙ୍କ ବିବାହ କୋରିଓଗ୍ରାଫର ତଥା କଣ୍ଟେଣ୍ଟ କ୍ରିଏଟର ଧନଶ୍ରୀ ବର୍ମାଙ୍କ ସହ ହୋଇଥିଲା। ହେଲେ ତାଙ୍କ ବୈବାହିକ ଜୀବନ ପାଞ୍ଚ ବର୍ଷ ବି ତିଷ୍ଠି ପାରି ନ ଥିଲା।
Also Read: ବିଦେଶ ନାଗରିକ ସତ୍ତ୍ଵେ ସୋନିଆ କେମିତି ହୋଇଗଲେ ମାରୁତିର MD ? ଉଠିଲା ବଡ଼ ପ୍ରଶ୍ନ
ଚହଲଙ୍କ ପ୍ରତିକ୍ରିୟା
ବିଜେପିରେ ସାମିଲ୍ ହେବା ପରେ ୟୁଜବେନ୍ଦ୍ର ଚହଲ ଏକ୍ସରେ ଲେଖିଛନ୍ତି, ବିଜେପି ପରିବାରରେ ମୋତେ ସ୍ଥାନ ଓ ମାନ ସମ୍ମାନ ଦେଇଥିବା ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ଆଦରଣୀୟ ଗୃହମନ୍ତ୍ରୀ ଅମିତ ଶାହ ଜୀ, ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଜୀ ଏବଂ ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଅମରପାଲ ମୌର୍ଯ୍ୟ ଜୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି।
ଚହଲ ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅମରପାଲ ମୌର୍ଯ୍ୟଙ୍କୁ ଭେଟିବା ପରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପି ନଭେମ୍ବର ୨୧ରେ ନିଜର ଟିମ୍ ଘୋଷଣା କରି ସୂଚନା ଦେଇଥିଲା ଯେ, ଚହଲଙ୍କୁ ଓବିସି ମୋର୍ଚ୍ଚାର ପଦାଧିକାରୀ ଟିମରେ ସାମିଲ କରାଯାଇଛି। ଏହି ତାଲିକାରେ ନିର୍ଭୟା ମାମଲାର ଓକିଲ ସୀମା କୁଶଓ୍ଵାହା ଏବଂ ଓଡ଼ିଶାର ପ୍ରଫେସର ଅଦ୍ଵୈତ ଗଡ଼ନାୟକଙ୍କ ମଧ୍ୟ ନାଁ ରହିଛି।
Also Read: ହିସାବ କିତାବ କରିବାର ଦିନ ଶୀଘ୍ର ଆସୁଛି, କେନ୍ଦ୍ରକୁ ସୌରଭ ଦାସଙ୍କ ଖୋଲା ଚେତାବନୀ
ଟିମରୁ ବାହାରେ ଅଛନ୍ତି ୟୁଜବେନ୍ଦ୍ର ଚହଲ
ସୂଚନାଯୋଗ୍ୟ, ୟୁଜବେନ୍ଦ୍ର ଚହଲ ସଂପ୍ରତି ଭାରତୀୟ ଦଳରୁ ବାହାରେ ଅଛନ୍ତି। ସେ ଆଇପିଏଲ୍ ଓ ଘରୋଇ ଟୁର୍ଣ୍ଣାମେଣ୍ଟରେ ସକ୍ରିୟ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ନାହାନ୍ତି। ବର୍ତ୍ତମାନ ହରିୟାଣା ପକ୍ଷରୁ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳୁଛନ୍ତି। ଏହା ବ୍ୟତୀତ ଆଇପିଏଲରେ ସେ ପଞ୍ଜାବ କିଙ୍ଗ୍ସର ପ୍ରତିନିଧିତ୍ଵ କରୁଛନ୍ତି।
