ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଶ୍ନ ଘରରେ ରହିଛି । ଚମତ୍କାର ଫର୍ମରେ ଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ କୌଣସି ମ୍ୟାଚରେ ସୁଯୋଗ ଦିଆ ନଯିବାରୁ ମଧ୍ୟ ସମାଲୋଚନା ହେଉଛି । ଏବେ ଇଂଲଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜରେ ସମାନ ପ୍ରସଙ୍ଗ ଉଠିଛି । ବୈଭବ ଏଥର ଡେବ୍ୟୁ କରିବେ କି ? ଏହି ପ୍ରସଙ୍ଗରେ ଅଧିନାୟକ ଶ୍ରେୟସ ଆୟରଙ୍କ ମନ୍ତବ୍ୟ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସେ କହିଛନ୍ତି ଯେ ଦଳର ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି, ଏବଂ ତାଙ୍କ ହାତ ବର୍ତ୍ତମାନ ବନ୍ଧା ହୋଇଛି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର, ଜୁଲାଇ ୧ରେ ଡର୍ହାମର ଚେଷ୍ଟର-ଲେ-ଷ୍ଟ୍ରୀଟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ନେଟ୍ସରେ ଜୋରଦାର ବ୍ୟାଟିଂ କରିଥିଲେ । ବୈଭବଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଅପେକ୍ଷା ଶେଷରେ ଶେଷ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ପ୍ରାକ୍ଟିସ୍ ସେସନ୍ ପରେ, ଅଧିନାୟକ ଆୟରଙ୍କ ଡେବ୍ୟୁ ବିଷୟରେ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଶ୍ରେୟସ ଆୟର କହିଲେ – “ହାତ ବନ୍ଧା ହୋଇଛି”
ଭାରତୀୟ ଅଧିନାୟକଙ୍କୁ ପ୍ରଶ୍ନ କରାଯାଇଥିଲା ବୈଭବଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ପ୍ରଥମ ସୁଯୋଗ ମିଳିବ କି ? ଉତ୍ତରରେ, ଆୟର କହିଥିଲେ ଯେ ତାଙ୍କ ହାତ ବନ୍ଧା ହୋଇଛି ଏବଂ ସେ ତାଙ୍କ ରଣନୀତି ପ୍ରକାଶ କରିପାରିବେ ନାହିଁ । ସେ କହିଛନ୍ତି, “ଆମେ ଜାଣିନୁ କେବେ କ’ଣ ହେବ । ଆମେ କ’ଣ କରିପାରିବୁ, ଏହାକୁ ନେଇ ବର୍ତ୍ତମାନ ଆମ ହାତ ବାନ୍ଧା ହୋଇ ରହିଛି କାରଣ ଏହା ଏକ ଅତ୍ୟନ୍ତ ଗୋପନୀୟ ବିଷୟ । ଆମେ କେବଳ ଦଳ ଭିତରେ ଏହା ଉପରେ ଆଲୋଚନା କରୁ । ଆମେ ଟିମ୍ କମ୍ୱିନେସନକୁ ନେଇ ସମସ୍ତଙ୍କୁ କହିପାରିବୁ ନାହିଁ ।”
” It’s not that only one individual (Vaibhav) has performed, others have performed too and it’s important to back them for providing security to players.”
Both Captain and Coaches are justifying Vaibhav’s exclusion nowpic.twitter.com/iER9u0Cp0s
— AdityaRRaj (@RR_for_LIFE) June 30, 2026
ବୈଭବଙ୍କୁ ପ୍ରଶଂସା କରି ଆୟର କହିଛନ୍ତି ଯେ ଯେତେବେଳେ ସୁଯୋଗ ପାଇବେ ସେ ଭଲ ପ୍ରଦର୍ଶନ କରିବେ । କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳରେ ଖେଳାଳିମାନେ ସେମାନଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଅଛନ୍ତି । ବୈଭବଙ୍କୁ ଖେଳାଇବାର ଚ୍ୟାଲେଞ୍ଜ ବିଷୟରେ ପଚରାଯିବାରୁ ଆୟର କହିଥିଲେ, “ଦଳରେ ଖେଳୁଥିବା ପ୍ରତ୍ୟେକ ବ୍ୟକ୍ତି ଭଲ ପ୍ରଦର୍ଶନ କରିଛନ୍ତି, ଏହା କେବଳ ଜଣେ ବ୍ୟକ୍ତି ନୁହେଁ । ଆମର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସୁଯୋଗ ଏବଂ ସୁରକ୍ଷା ଦେବା ଯାହା ଦ୍ୱାରା ସମସ୍ତେ ଆତ୍ମବିଶ୍ୱାସୀ ଅନୁଭବ କରିପାରିବେ । ଯେଉଁମାନେ ଆମକୁ ଗତ ବିଶ୍ୱକପ୍ ଜିତିବାରେ ସାହାଯ୍ୟ କରିଥିଲେ ସେମାନେ କିପରି ଖେଳିବେ ତାହା ଜାଣନ୍ତି ଏବଂ ସେପରି କରି ଆସୁଛନ୍ତି ।”
