Voice of Eastern India

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏମିତି ରହିଛି କାର୍ଯ୍ୟସୂଚୀ


ଭୁବନେଶ୍ଵର: କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୩ ତାରିଖରୁ ଓଡ଼ିଶାର ଏକ ୩ ଦିନିଆ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଏବଂ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଗୃହମନ୍ତ୍ରୀ ଜୁଲାଇ ୩ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲମ୍ ବିମାନବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ରାତି ପ୍ରାୟ ୮ଟା ୪୦ ମିନିଟ୍ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ୪ ଜୁଲାଇରେ ବରଗଡ଼ ଏବଂ ସମ୍ବଲପୁର ଗସ୍ତ କରିବେ। ବରଗଡ଼ ଗସ୍ତରେ ଇଥାନଲ ପ୍ଲାଣ୍ଟ ଉଦ୍ଘାଟନ କରିବେ।

ସୂଚନା ମୁତାବକ ଶନିବାର ସକାଳ ୧୦ଟା୪୦ ରେ ଶାହ ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବରଗଡ଼ ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ ଟା୨୦ ରେ ବାଉଁଶିଙ୍ଘା ସ୍ଥିତ BPCL ୨G ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବେ। ଏହାପରେ ବରଗଡ଼ର ଜନସଭା ସ୍ଥଳରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ୨G ଇଥାନଲ ପ୍ଲାଣ୍ଟର ଆନୁଷ୍ଠାନିକ ଉଦ୍ଘାଟନ କରିବେ।

ଅପରାହ୍ନ ପ୍ରାୟ ୧ ଟା ୨୦ ରେ ଗୃହମନ୍ତ୍ରୀ ସମ୍ବଲପୁର ବୁର୍ଲା MCL ହେଲିପ୍ୟାଡ୍ରେ ପହଞ୍ଚିବେ। ବୁର୍ଲା MCL ବିଶ୍ରାମ ଗୃହରେ ମଧ୍ୟାହ୍ନ ଭୋଜନ ସାରିବା ପରେ ସେ ଅପରାହ୍ନ ୨ଟା ୧୦ ରେ ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ସେ ସମ୍ବଲପୁରର ରେମେଡ୍ ପଡିଆ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ।

ଏହାପରେ ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୫:୩୫ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଶନିବାର ରାତିରେ ସେ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ଫେୟାର୍ରେ ରହିବେ। ଜୁଲାଇ ୫ରେ ରବିବାର ସକାଳ ୧୦ ଟା୫୦ରେ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାହାରି ସେ କଟକ ଜିଲ୍ଲାର ବଡ଼ମ୍ବାଠାରେ ପହଞ୍ଚିବେ। ପୂର୍ବାହ୍ନ ୧୧ ଟା ୨୫ରେ ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଏହାପରେ ଅପରାହ୍ନ ୩ ଟାରେ ଶ୍ରୀ ଶାହ ଭୁବନେଶ୍ୱର ସ୍ଥିତ ୭ମ OSAP ବାଟାଲିୟନ ପରିସରକୁ ଯିବେ। ସେଠାରେ ସେ ଓଡ଼ିଶା ପୋଲିସର ପ୍ରେସିଡେଣ୍ଟସ୍ କଲର୍ସ ପ୍ରେଜେଣ୍ଟେସନ ଉତ୍ସବରେ ସାମିଲ ହେବେ। ଏହାପରେ ସନ୍ଧ୍ୟା ୬ ଟା ୨୦ ରେ କେନ୍ଦ୍ର ଗୃହମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।



Source link

Leave A Reply

Your email address will not be published.