Voice of Eastern India

କୋଲକାତା ଗସ୍ତ ବିବାଦକୁ ନେଇ ସ୍ପଷ୍ଟିକରଣ ଦେଲେ ତସଲିମା ନସରୀନ, ଜାଣନ୍ତୁ କହିଛନ୍ତି କ’ଣ?


ନୂଆଦିଲ୍ଲୀ : ବାଂଲାଦେଶୀ ଲେଖିକା ତଥା ସାମାଜିକ କାର୍ଯ୍ୟକର୍ତ୍ତା ତସଲିମା ନସରୀନ ତାଙ୍କ କୋଲକାତା ଗସ୍ତକୁ ନେଇ ଉପୁଜିଥିବା ବିବାଦରେ ସଫେଇ ଦେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଦୀର୍ଘ ପୋଷ୍ଟ କରିଥିବା ବେଳେ ତାଙ୍କୁ କୋଲକାତା ଆମନ୍ତ୍ରଣ କରିଥିବା ସଙ୍ଗଠନ ଏକ ସିକ୍ୟୁଲାର ମିସନ ଓ ଏହାର ନେତୃତ୍ୱ ପ୍ରଗତିଶୀଳ ମୁସଲମାନ ଉସ୍ମାନ ଗନି ମଲ୍ଲିକ ନେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ନା ତାଙ୍କୁ ବିଜେପି କୋଲକାତା ନେଉଛି ନା ପଶ୍ଚିମବଙ୍ଗ ସରକାର ତାଙ୍କୁ ଡକାଇଛନ୍ତି। ତେବେ ପଶ୍ଚିମବଙ୍ଗ ସରକାର କେବଳ ତାଙ୍କର ସୁରକ୍ଷା ବ୍ୟବସ୍ଥା କରୁଥିଲା ତସଲିମା ନସରୀନ କହିଛନ୍ତି।

ଲେଖିକା ଅଭିଯୋଗ କରିଛନ୍ତି ଯେ କିଛି ବାମପନ୍ଥୀ ନେତା ତାଙ୍କ କୋଲକାତା ଯିବାକୁ ରାଜନୈତିକ ରଙ୍ଗ ଦେଉଛନ୍ତି ଓ ତସଲିମାଙ୍କ ଉପରେ ବିଜେପି ବା ହିନ୍ଦୁତ୍ୱ ସମର୍ଥକ ହୋଇଥିବାର ଆରୋପ ଲଗାଉଛନ୍ତି। ସେ କହିଛନ୍ତି ଯେ ଯେଉଁ ଲୋକେ ପୂର୍ବରୁ ତାଙ୍କୁ ପଶ୍ଚିମବଙ୍ଗରୁ ବାହାରିଯିବାକୁ ବାଧ୍ୟ କରିଥିଲେ ସେହିମାନେ ଏବେ ରାଜ୍ୟକୁ ଫେରିବା ଯୋଗୁ ପ୍ରଶ୍ନ ଉଠାଉଛନ୍ତି। ତସଲିମା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ସେ ପୂର୍ବରୁ ବାମପନ୍ଥୀ ସରକାରଙ୍କ ନିମନ୍ତ୍ରଣରେ ଅନେକବାର କେରଳ ଯାଇଛନ୍ତି। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା ଓ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ସେତେବେଳେ ପଶ୍ଚିମବଙ୍ଗର ବାମପନ୍ଥୀ ନେତା କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ତସଲିମା ଲେଖିଛନ୍ତି ଯେ ସେ ପାଖାପାଖି ୧୮ବର୍ଷ ୮ ମାସ ୧୦ ଦିନ ବାଦ କୋଲକାତା ଫେରୁଛନ୍ତି ଓ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ମାତ୍ର ୨ ଦିନର। ଏହା ସତ୍ତ୍ୱେ ବିବାଦ ଛିଡା କରାଯାଉଛି ବୋଲି ତସଲିମା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ପିଛିଲା ବାମମୋର୍ଚ୍ଚା ସରକାର ଓ ପରେ ତୃଣ ମୂଳ କଂଗ୍ରେସ ସରକାର ରାଜ୍ୟରେ ତାଙ୍କର ପ୍ରବେଶକୁ ଅଟକାଇଥିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଲେଖନ ଓ ପୁସ୍ତକ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗା ଯାଇଥିଲା। ତସଲିମା କହିଛନ୍ତି ଯେ ତାଙ୍କ ଉଦ୍ଦେଶ୍ୟ ମୁସଲମାନ ସମାଜରେ ଶିକ୍ଷା, ବୈଜ୍ଞାନିକ ବିଚାର, ମହିଳା ଅଧିକାର ଓ ସମାନତାକୁ ପ୍ରୋତ୍ସାହନ ଦେବା। ହେଲେ କିଛି ଲୋକେ ତାଙ୍କ ବିଚାରରେ ଅସହମତ ଓ ଏଥି ପାଇଁ ତାଙ୍କର ବିରୋଧ କରୁଛନ୍ତି।



Source link

Leave A Reply

Your email address will not be published.