ଭୁବନେଶ୍ୱର, ୨୭। ୦୭ : ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ । ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରାଣ ହରାଇଛନ୍ତି । ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ।
ରିପୋର୍ଟ ଅନୁସାରେ, ସୁଶାନ୍ତ ବିଜୁ ଜନତା ଦଳର ଜଣେ ତୁଙ୍ଗ ନେତା ଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ଭଟଲି ବିଧାନସଭା ଆସନରୁ ସେ ତିନି ଥର ବିଧାୟକ ଭାବେ ଜିତି ଆସିବା ସହ ବିଜେଡି ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିଥିଲା । ଶ୍ରମ ଏବଂ ଶକ୍ତି ଭଳି ମହତ୍ତ୍ୱପୂର୍ଣ୍ଣ ବିଭାଗ ତାଙ୍କୁ ମିଳିଥିଲା । ତେବେ ୨୦୨୪ରେ ସେ ପରାସ୍ତ ହୋଇଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିଲା ଏବଂ ଚିକିତ୍ସା ଜାରି ରହିଥିଲା ।
