Voice of Eastern India

ଆଜି ଫାଟିବ ବାଦଲ, ୨୭ ଜିଲ୍ଲାରେ ହଠାତ ମାଡ଼ି ଆସିବ ବନ୍ୟା ! ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ


ଭୁବନେଶ୍ୱର, ୨୭। ୦୭ : ସୋମବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଅବପାତ ପ୍ରଭାବରେ ବାଦଲ ଫଟା ବର୍ଷା ଆଶଙ୍କା ଅଛି। ଲଗାଣ ବର୍ଷା ଯୋଗୁ ୨୭ ଜିଲ୍ଲାରେ ଆକସ୍ମିକ ବନ୍ୟା(ଫ୍ଲାସ୍ ଫ୍ଲ୍ଡ୍) ସ୍ଥିତି ସୃଷ୍ଟି ହୋଇପାରେ। ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏଭଳି ସତର୍କ କରାଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ରବିବାର ଅବପାତ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆହୁରି ବଳୁଆ ହେବ। ସୋମବାର ଗଭୀର ଅବପାତ ରୂପ ନେବ।

Also Read :- ଧଉଳି ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ମାର୍କୋଣା ଷ୍ଟେସନରେ ଅଟକିଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୋମବାର ସକାଳରୁ ଦିନ ୧୨ଟା ଭିତରେ ଏହା ପାରାଦୀପ ଓ ସାଗର ଦ୍ଵୀପ ମଝିରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧ ତାରିଖ ଯାଏ ରାଜ୍ୟର ବହୁ ସ୍ଥାନରେ ଭାରି ବର୍ଷା ହୋଇପାରେ। ତେବେ ୨୯ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ପ୍ରବଳ ବର୍ଷା ଆଶଙ୍କାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜରେ ସବୁ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଜଗତସିଂହପୁର ବିରିଡ଼ିରେ ସର୍ବାଧିକ ୩୨୮ମିମି ବର୍ଷା ଢାଳିଛି। ସମ୍ବଲପୁର ଯୁଯୁମରାରେ ୨୭୫ ମିମି, ନାକଟିଦେଉଳରେ ୧୪୫, ବାଟଗାଁରେ ୧୨୦, ରେଢାଖୋଲରେ ୧୨୯, ଖୋର୍ଦ୍ଧା ବାଲିପାଟଣାରେ ୧୨୫, ବରଗଡ଼ ଗାଇସିଲଟରେ ୧୧୪, ବଲାଙ୍ଗିର ସାଲେଭଟାରେ ୧୧୪, ଜଗତସିଂହପୁର ଆଳିପିଙ୍ଗଳରେ ୧୧୩, ବରଗଡ଼ ଝାରବନ୍ଧରେ ୧୧୨, କେନ୍ଦ୍ରାପଡ଼ା ରାଜକନିକାରେ ୧୦୮ ଓ ଯାଜପୁର ବରୀରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି।

ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ଜିଲ୍ଲାରେ ଭାରି ବର୍ଷା ଆଶଙ୍କା ଅଛି। ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୨୯ ତାରିଖ ଯାଏ ସମୁଦ୍ରକୁ ନ ଯିବାକୁ ସତର୍କ କରାଯାଇଛି।

ପ୍ରବଳ ବର୍ଷା କାରଣରୁ ନରାଜଠାରେ ମହାନଦୀର ଜଳସ୍ତର ୨୯.୯୫ ମିଟର ରହିଛି। ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ୁଛି। ଏଠାରେ ଜଳସ୍ତର ରହିଛି ୧୮.୩୪ ମିଟର। ଆଖୁଆପଦାରେ ବୈତରଣୀର ଜଳସ୍ତର ୧୭.୨୨ ମିଟର ରହିଛି ।



Source link

Leave A Reply

Your email address will not be published.