Voice of Eastern India

UP: ପ୍ରତାପଗଡରେ ଭୁଶୁଡ଼ିଲା ୧୦୦ ବର୍ଷର ପୁରୁଣା କୋଠା, ଚାଲିଗଲା ଗୋଟିଏ ପରିବାରର ଛଅ ଜୀବନ


ନୂଆଦିଲ୍ଲୀ ୦୬।୦୮; ଉତ୍ତରପ୍ରଦେଶରେ ବଡ ଅଘଟଣ । କାଳ ସାଜିଲା ବର୍ଷା। ପ୍ରତାପଗଡ଼ରେ ପ୍ରବଳ ବର୍ଷା ନେଇଛି ଜୀବନ । ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ୧୦୦ ବର୍ଷ ପୁରୁଣା କୋଠା ଘର । ଏହି ଘଟଣାରେ ଗୋଟିଏ ପରିବାର ଉପରେ ଘଟିଛି ଅକଳ୍ପନୀୟ ବିପର୍ଯ୍ୟୟ । ଘର ଭିତରେ ଶୋଇଥିବା ଲୋକମାନେ ଧ୍ୱଂସସ୍ତୂପ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ପ୍ରଶାସନର ଉଦ୍ଧାରକାର୍ଯ୍ୟ ସତ୍ତ୍ୱେ ଏହି ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଛି ।

ପ୍ରତାପଗଡ଼ ଜିଲ୍ଲାରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଜାରି ରହିଛି। ଏହି ବର୍ଷା ମଧ୍ୟରେ ଏକ ଜରାଜୀର୍ଣ୍ଣ ଘର ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ପରିବାରର ସଦସ୍ୟମାନେ ଘର ଭିତରେ ଥିବାରୁ ସେମାନେ ମାଟି ଓ କାନ୍ଥ ତଳେ ଚାପି ହୋଇଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପୋଲିସ ଓ ପ୍ରଶାସନିକ ଟିମ୍ ପହଞ୍ଚି ଜେସିବି ସହାୟତାରେ ଧ୍ୱଂସସ୍ତୂପ ହଟାଇ ଆହତଙ୍କୁ ବାହାର କରିଥିଲେ। ଘଟଣାରେ ଅନେକ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କିଛି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଡାକ୍ତରମାନେ ସେମାନଙ୍କ ଚିକିତ୍ସା ଜାରି ରଖିଛନ୍ତି। ଘଟଣା ପରେ ଜିଲ୍ଲା ପ୍ରଶାସନ ସ୍ଥିତିର ସମୀକ୍ଷା କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛି। ଲଗାତାର ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ବହୁ ଜିଲ୍ଲାରେ ପୁରୁଣା ଓ ଜରାଜୀର୍ଣ୍ଣ ଘରଗୁଡ଼ିକ ବିପଦରେ ରହିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏଭଳି ଅସୁରକ୍ଷିତ ଘରରେ ନ ରହିବାକୁ ପରାମର୍ଶ ଦିଆଯାଇଛି।



Source link

Leave A Reply

Your email address will not be published.