ଭୁବନେଶ୍ୱର: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର। ବାଲିଆପାଳର ପୂର୍ବତନ ସବ୍ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର। ପ୍ରୋବେସନ୍ ପିରିୟଡ୍ରେ ଥିବା ସମୟରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ସୂଚନା ଅନୁସାରେ, ମନୀଷା ମିଶ୍ର ନାମକ ଜଣେ ନବନିଯୁକ୍ତ ପ୍ରୋବେସନାରୀ ସବ୍-ରେଜିଷ୍ଟ୍ରାରଙ୍କ ନାଁ ମଧ୍ୟ ଲାଞ୍ଚ ମାମଲାରେ ସାମ୍ନାକୁ ଆସିଛି। ଜମି କିଣିଥିବା ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଧରିଥିବା ସୂଚନା ମିଳିଛି। ଚାକିରି ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ଅଭିଯୋଗ ଉଠିବା ନିଶ୍ଚିତ ଭାବେ ଚିନ୍ତାଜନକ। ଜମି ରେଜେଷ୍ଟ୍ରି କରିବା ପାଇଁ ସବରେଜିଷ୍ଟର ମନିଷା ମିଶ୍ର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ। ଚଢ଼ଉ ସମୟରେ ବାରିପଦା ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ଥିଲେ। ଟଙ୍କା ଜବତ ସହ ତାଙ୍କୁ ଗିରଫ କରାଯାଇଥିଲା।
ସବୁଠୁ ବଡ଼ କଥା ହେଲା ମନିଷାଙ୍କର ମାତ୍ର ୨ ବର୍ଷର ଚାକିରି। ଏପରିକି ପ୍ରୋବେସନ ପିରିୟଡ ବି ସରିନି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ ରେଜିଷ୍ଟର ଦୀର୍ଘ ୮ ମାସ ଧରି କାର୍ଯ୍ୟ କରି ଆସୁଛନ୍ତି ମନୀଷା ମିଶ୍ର। ସେ ବିଭିନ୍ନ ସମୟରେ ବିଭନ୍ନ କାମ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଥିଲା। କିନ୍ତୁ ସବୁଦିନ ସମୟ ସମାନ ନୁହେଁ। ବାଲିଆପାଳ ଅଂଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର ଜମିରେ ରେଜେଷ୍ଟ୍ରି କରିବା ପାଇଁ ସବ ରେଜିଷ୍ଟର ମନୀଷା ମିଶ୍ର ୧୦ ହଜାଇ ଟଙ୍କା ଲାଞ୍ଚ ମାଗିଥିଲେ।
ପରବର୍ତ୍ତୀ ସମୟରେ ୭ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା। ଏନେଇ ଜ୍ଞାନ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ। ପାଖାପାଖି ମଧ୍ୟାହ୍ନ ସମୟରେ ଜ୍ଞାନ 7ହଜାର ଟଙ୍କା ନେଇ ସବ ରେଜିଷ୍ଟର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ। ଟଙ୍କା ଦେଇଥିଲେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ମାଡି ବସିଥିଲା।
also read-କଏଦୀଙ୍କ ଆଗୁଆ ମୁକ୍ତି ନିୟମ ବଦଳିବ, ନୂଆ ମାର୍ଗଦର୍ଶିକା ଆଣିବେ ସରକାର
୨୦୨୪ ମସିହାରେ ORS ଅଧିକାରୀ ଭାବେ ଚାକିରିରେ ଯୋଗ ଦେଇଥିଲେ ମନୀଷା। ପରେ ପ୍ରୋବେସନ୍ ପିରିୟଡ୍ରେ ତାଙ୍କୁ ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ଭାବେ ନିଯୁକ୍ତି ମିଳିଥିଲା। ତେବେ ଚାକିରିର ଆରମ୍ଭରୁ ହିଁ ଲାଞ୍ଚ ମାମଲାରେ ଛନ୍ଦି ହୋଇପଡ଼ିଥିଲେ ସେ। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏବେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।
