Voice of Eastern India

Trackman hit by train: ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଇଣ୍ଟରସିଟି, ଜୀବନ ହରାଇଲେ ଟ୍ରାକ୍ ମ୍ୟାନ୍


ଛତ୍ରପୁର ୨।୧୦: ଟ୍ରେନ୍ ଧକ୍କାରେ ଟ୍ରାକ୍ ମ୍ୟାନ୍‌ଙ୍କ ମୃତ୍ୟୁ । ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଟ୍ରାକ୍ ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି । ମୃତକ ଖଲ୍ଲିକୋଟ ଅଞ୍ଚଳର କେ. ଗୋବିନ୍ଦ ପାତ୍ର ।

ଶୁକ୍ରବାର ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନ୍ରେ କିଛି ଟ୍ରାକ୍ ମ୍ୟାନ୍ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏଭଳି ଅଭାବନୀୟ ଦୁର୍ଘଟଣା ।

Also Read:- ଚାଷୀ ଓ ମହିଳା ପ୍ରସଙ୍ଗ ଉଠାଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍, କଡ଼ା ଜବାବ ଦେଲେ ସୁରେଶ ପୂଜାରୀ

କାର୍ଯ୍ୟରତ ଥିବା ବେଳେ ଦ୍ରୁତଗତିରେ ଆସୁଥିବା ଇଣ୍ଟରସିଟି ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ନିୟମିତ ଯାଞ୍ଚ ଓ ଟ୍ରାକ୍ ମରାମତି କାର୍ଯ୍ୟ ପାଇଁ ଟ୍ରାକ୍ ମ୍ୟାନ୍ ଜଣଙ୍କ ରେଳ ଲାଇନ୍ରେ କାମ କରୁଥିଲେ । ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଯାଇଛି ।

Watch Video:



Source link

Leave A Reply

Your email address will not be published.