ଭୁବନେଶ୍ୱର : ଆଜିର ବ୍ୟସ୍ତବହୁଳ ଜୀବନରେ ଚିନ୍ତା, ଟେନସନ୍ ଓ ଏଙ୍ଗ୍ଜାଇଟି ଅନେକଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି। କିନ୍ତୁ ଆପଣ ଜାଣନ୍ତି କି, ମାନସିକ ଚାପର ପ୍ରଭାବ କେବଳ ମନ ଉପରେ ନୁହେଁ, ଆମ ହଜମ ପ୍ରକ୍ରିୟା ଉପରେ ମଧ୍ୟ ପଡ଼ିପାରେ? ଅନେକ ସମୟରେ ଏଙ୍ଗ୍ଜାଇଟି କିମ୍ବା ଅତ୍ୟଧିକ ଚିନ୍ତା ସହ ପେଟ ଫୁଲିବା, ଗ୍ୟାସ୍, ଛାତିରେ ଜଳାପୋଡ଼ା, ଅଜୀର୍ଣ୍ଣ ଭଳି ସମସ୍ୟା ଦେଖାଦେଇପାରେ। ଏହାକୁ ବୁଝିବା ପାଇଁ ଡାକ୍ତରମାନେ ମସ୍ତିଷ୍କ ଓ ପାଚନତନ୍ତ୍ର ମଧ୍ୟରେ ଥିବା ‘ଗଟ୍-ବ୍ରେନ୍ ଆକ୍ସିସ୍’ ବିଷୟରେ ଆଲୋଚନା କରନ୍ତି।
ଚିନ୍ତା କିମ୍ବା ଏଙ୍ଗ୍ଜାଇଟି ବଢ଼ିଲେ ଶରୀରର ଷ୍ଟ୍ରେସ୍ ରେସ୍ପନ୍ସ ପରିବର୍ତ୍ତିତ ହୋଇପାରେ । ଏହା ହଜମ ପ୍ରକ୍ରିୟା ଓ ଅନ୍ତନଳୀର ଗତିବିଧିକୁ ପ୍ରଭାବିତ କରିପାରେ। ଫଳରେ କିଛି ଲୋକଙ୍କଠାରେ ଗ୍ୟାସ୍, ଅଜୀର୍ଣ୍ଣ ଭଳି ଲକ୍ଷଣ ଅଧିକ ଅନୁଭବ ହୋଇପାରେ। କିନ୍ତୁ ଏଠାରେ ଗୋଟିଏ କଥା ମନେ ରଖିବା ଜରୁରୀ ଯେ ପ୍ରତ୍ୟେକ ଏସିଡିଟି କିମ୍ବା ଗ୍ୟାସ୍ର କାରଣ ଏଙ୍ଗ୍ଜାଇଟି ନୁହେଁ। ଖାଦ୍ୟାଭ୍ୟାସ, ମୋଟାପଣ, କିଛି ଔଷଧ, ଜୀବନଶୈଳୀ ଓ ଅନ୍ୟାନ୍ୟ ହଜମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଏହାର କାରଣ ହୋଇପାରେ। ତେବେ କେମିତି ଜାଣିବେ ଯେ ଆପଣଙ୍କ ପେଟ ସମସ୍ୟା ସହ ଷ୍ଟ୍ରେସ୍ର ସମ୍ପର୍କ ଅଛି ?
ବିଶେଷଜ୍ଞଙ୍କ ମତରେ, ଅଧିକ ଷ୍ଟ୍ରେସ୍ରେ ଶରୀରର ସାଧାରଣ ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ଏହା ପାଚନ ପ୍ରକ୍ରିୟା ଓ ଅନ୍ତନଳୀର ଗତିବିଧିରେ ପରିବର୍ତ୍ତନ ଆଣିପାରେ। ଫଳରେ କେତେକ ଲୋକଙ୍କଠାରେ ଏସିଡିଟି କିମ୍ବା ରିଫ୍ଲକ୍ସର ଲକ୍ଷଣ ଅଧିକ ଅନୁଭବ ହୋଇପାରେ। ତେବେ ପ୍ରତ୍ୟେକ ଏସିଡିଟିର କାରଣ ଏଙ୍ଗ୍ଜାଇଟି ନୁହେଁ। ଅନିୟମିତ ଖାଦ୍ୟାଭ୍ୟାସ, ଅତ୍ୟଧିକ ତେଲ-ମସଲା ଖାଦ୍ୟ, ଅଧିକ ଓଜନ, ଧୂମପାନ, କିଛି ଔଷଧ ଏବଂ ଅନ୍ୟାନ୍ୟ ପାଚନ ସମସ୍ୟା ମଧ୍ୟ ଏସିଡିଟିର କାରଣ ହୋଇପାରେ। ତେବେ ଏଙ୍ଗ୍ଜାଇଟି ଓ ଏସିଡିଟି ମଧ୍ୟରେ କ’ଣ ସମ୍ପର୍କ ରହିଛି ? କେଉଁ ଲକ୍ଷଣକୁ ସାଧାରଣ ଭାବେ ନେବା ଉଚିତ୍ ନୁହେଁ ? ଏବଂ ଏସିଡିଟିରୁ ଆରାମ ପାଇବା ପାଇଁ ଜୀବନଶୈଳୀରେ କ’ଣ ପରିବର୍ତ୍ତନ ଆବଶ୍ୟକ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ ନେବା ଜରୁରୀ। ଦୀର୍ଘଦିନ ଧରି ଏସିଡିଟି, ଛାତିରେ ଜଳାପୋଡ଼ା କିମ୍ବା ଗିଳିବାରେ ସମସ୍ୟା ରହିଲେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଡାକ୍ତରଙ୍କୁ ଦେଖାଇ ପରାମର୍ଶ ନେବା ଉଚିତ ।
