Voice of Eastern India

‘TOXIC’ ଉପରେ ଚାଲିଲା ସେନ୍ସର ବୋର୍ଡର କଇଁଚି: କଟାଗଲା ଗାଳି ଓ ହିଂସାତ୍ମକ ଦୃଶ୍ୟ, ଆଉ କେଇ ଘଣ୍ଟା ପରେ ୟଶଙ୍କ ସିନେମା ହେବ ରିଲିଜ୍


ମୁମ୍ବାଇ: କନ୍ନଡ଼ ସୁପରଷ୍ଟାର ୟଶଙ୍କ ବହୁପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଟକ୍ସିକ୍’କୁ ନେଇ ଆସିଛି ବଡ଼ ଅପଡେଟ୍। ସେନ୍ସର ବୋର୍ଡ (CBFC) ଏହି ଫିଲ୍ମର ହିନ୍ଦୀ ଭର୍ସନକୁ ସବୁଜ ସଙ୍କେତ ଦେଇଛି, ମାତ୍ର ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ଅନେକଗୁଡ଼ିଏ ପରିବର୍ତ୍ତନ ଏବଂ କାଟଛାଣ୍ଟ କରିବାକୁ ପଡ଼ିଛି। ସେନ୍ସର ବୋର୍ଡ ଏହି ଫିଲ୍ମକୁ ‘U/A 16+’ ସାର୍ଟିଫିକେଟ୍ ପ୍ରଦାନ କରିଛି।

ସେନସର ବୋର୍ଡର କଟକଣା

ଫିଲ୍ମ ସାର୍ଟିଫିକେସନ୍ ପ୍ରକ୍ରିୟା ସମୟରେ CBFC ପକ୍ଷରୁ ସିନେମାରେ ଥିବା କେତେକ ଆପତ୍ତିଜନକ ଶବ୍ଦ, ଗାଳିଗୁଲଜ ଏବଂ ଅତ୍ୟଧିକ ହିଂସାତ୍ମକ ଦୃଶ୍ୟ ଉପରେ କଟକଣା ଲଗାଯାଇଥିଲା। ବୋର୍ଡର ନିର୍ଦ୍ଦେଶକ୍ରମେ ଫିଲ୍ମରୁ ସେହିସବୁ ଶବ୍ଦଗୁଡ଼ିକୁ ମ୍ୟୁଟ୍ କିମ୍ବା ବଦଳାଯାଇଛି ଏବଂ ଅଧିକ ରକ୍ତପାତ ଓ ହିଂସାତ୍ମକ ସିନ ଗୁଡ଼ିକର ସମୟସୀମା କମାଯାଇଛି।

ପରଦାକୁ ଆସିବେ ୟଶ

‘KGF: Chapter 2’ର ବ୍ଲକବଷ୍ଟର ପରେ ୟଶଙ୍କ ଏହି ନୂଆ ଅବତାରକୁ ଦେଖିବା ପାଇଁ ଦର୍ଶକ ବହୁଦିନରୁ ଅପେକ୍ଷା କରିଛନ୍ତି। ନିର୍ଦ୍ଦେଶିକା ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ବିଗ୍-ବଜେଟ୍ ଫିଲ୍ମରେ ଜବରଦସ୍ତ ଆକ୍ସନ, ବ୍ୟାକଗ୍ରାଉଣ୍ଡ ସ୍କୋର ଏବଂ ଡ୍ରାମା ଦେଖିବାକୁ ମିଳିବ। ସେନ୍ସର କ୍ଲିୟରାନ୍ସ ମିଳିବା ପରେ ଏବେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ପୂରା ପ୍ରସ୍ତୁତ।



Source link

Leave A Reply

Your email address will not be published.