Voice of Eastern India

R & B ବିଭାଗରେ ୯ କୋଟିର ହେରଫେର୍‌ ମାମଲା, ଆଉ ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ


ଭୁବନେଶ୍ୱର ୧୦।୧୦ : ଭୁବନେଶ୍ବର R & B ବିଭାଗ ଦୁର୍ନୀତି ମାମଲାରେ ଆଉ ୩ ଗିରଫ । ୯ କୋଟି ୨୪ ଲକ୍ଷ ଟଙ୍କା ଅର୍ଥ ହେରଫେର ମାମଲାରେ ୩ ଗିରଫ ବାନ୍ଧିଛି ଭିଜିଲାନ୍ସ । ଭୁବନେଶ୍ବର ଟ୍ରେଜେରୀ ଅଫିସ ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ ପୂର୍ତ୍ତ ବିଭାଗ ବରିଷ୍ଠ ସହାୟକ ବିଶ୍ବନାଥ ଦାସ ଏବଂ ଭୁବନେଶ୍ବର R & B ବିଭାଗ ପିଅନ କୁମୁଦ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଏମାନଙ୍କ ଆକାଉଣ୍ଟରେ ଟଙ୍କା କାରବାର ହୋଇଥିବା ଭିଜିଲାନ୍ସ ବିଭାଗ ଯାଣିବାକୁ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ହାତରେ ୩୭୭ ଟି ବିଲ ଦ୍ଵାରା ଏହି ଟଙ୍କା ଉଠା ଯାଇଥିବା ତଥ୍ୟ ହସ୍ତଗତ ହୋଇଛି l ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି ୩ ଜଣଙ୍କ ଆକାଉଣ୍ଟକୁ ଅର୍ଥ ଯାଇଥିଲା l ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

Also Read:-Tanushree Controversy: ତନୁଶ୍ରୀ ଦତ୍ତାଙ୍କ ସପୋର୍ଟ ସୋନା ମହାପାତ୍ର, ନାନାଙ୍କ ମୃତ୍ୟୁକୁ ନେଇ କହିଲେ ବଡ କଥା…

ସେହିପରି ଗତ ସେପ୍ଟେମ୍ବର ୨୭ ତାରିଖରେ R & B ଡିଭିଜନ ୧ର ସେକ୍ସନ ଅଫିସର ତଥା ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି, କନିଷ୍ଠ ସହାୟକ ଭିଭୁଦତ୍ତ ନାୟକଙ୍କ ସହ ଅନ୍ୟ ଜଣେ ସହଯୋଗୀ ଗିରଫ ହୋଇଥିଲେ । ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଗିରଫ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ଭିଜିଲାନ୍ସ ଏସପି ।



Source link

Leave A Reply

Your email address will not be published.