Voice of Eastern India

CJP Protest: ଜନ୍ତର ମନ୍ତରରରେ ବିରୋଧ ପ୍ରଦର୍ଶନ ପୂର୍ବରୁ ଧ୍ରୁବ ରାଠୀଙ୍କୁ ଉଠାଇ ନେଲା ପୋଲିସ


ନୂଆଦିଲ୍ଲୀ: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ଆନ୍ଦୋଳନ ପୂର୍ବରୁ ଜର୍ମାନୀରୁ ଭାରତ ପହଞ୍ଚିଥିବା ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ଧ୍ରୁବ ରାଠିଙ୍କ ଗୁରୁଗ୍ରାମ ସେକ୍ଟର ୫୬ ସ୍ଥିତ ଘରେ ପହଞ୍ଚିଲେ ଦିଲ୍ଲୀ ଓ ଗୁରୁଗ୍ରାମ ପୋଲିସ । ଘରେ ପଶି ଧ୍ରୁବ ରାଠୀଙ୍କୁ ବଳପୂର୍ବକ ଉଠାଇ ନେଇଛି ପୋଲିସ। ଏହି ସମୟରେ ଘରେ ତାଙ୍କ ମାଆ ଥିବା ବେଳେ ଦିଲ୍ଲୀ ପୋଲିସର ଟିମରେ ଥିଲେ ପ୍ରାୟ ୫୦ ସଦସ୍ୟ 

ଅକ୍ଟୋବର ୮ରେ ଭାରତ ଫେରିଥିଲେ ଧ୍ରୁବ ରାଠୀ

ଧ୍ରୁବ ରାଠୀ ଅକ୍ଟୋବର ୮ରେ ଜର୍ମାନୀରୁ ଭାରତ ପହଞ୍ଚିଥିଲେ। ସର୍ବପ୍ରଥମେ ସେ ବେଙ୍ଗାଲୁରୁରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆୟୋଜିତ ବିରୋଧ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ। ଏହା ପରେ ଅକ୍ଟୋବର ୯ ରାତିରେ ଦିଲ୍ଲୀ ପହଞ୍ଚି ଇଣ୍ଡିଆ ଗେଟରୁ ଏକ ଭିଡିଓ ସେୟାର କରିଥିଲେ। ପୁଣି ଗୁରୁଗ୍ରାମ ସ୍ଥିତ ନିଜ ଘରକୁ ଚାଲି ଯାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଶନିବାର ହେବାକୁ ଥିବା ପ୍ରଦର୍ଶନ ପାଇଁ ତାଙ୍କୁ ଜନ୍ତର ମନ୍ତର ପହଞ୍ଚିବାର ଥିଲା। ହେଲେ ଏହା ପୂର୍ବରୁ ଶନିବାର ସକାଳେ ଦିଲ୍ଲୀ ପୋଲିସ ତାଙ୍କୁ ଘରୁ ଉଠାଇ ନେଇଛି।

Also Read: CJP Protest: ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, ଜନ୍ତର ମନ୍ତର ଅଭିମୁଖେ ବାହାରିଲା ରାଲି

ନାଗରିକତାକୁ ନେଇ ଉଠିଛି ପ୍ରଶ୍ନ

ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ନାଗରିକତାଙ୍କୁ ନେଇ ସର୍ବଦା ପ୍ରଶ୍ନ ଉଠି ଆସିଛି। ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ କେନ୍ଦ୍ର ଗୃହ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଧ୍ରୁବ ରାଠୀଙ୍କ ନାଗରିକତ୍ୱ, ଇମିଗ୍ରେସନ ଷ୍ଟାଟସ୍ ଏବଂ ଭିସା ସର୍ତ୍ତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଧ୍ରୁବ ରାଠୀ ଜର୍ମାନ ନାଗରିକତା ରଖିଥିବା ବିଭିନ୍ନ ମିଡିଆ ରିପୋର୍ଟରେ ଅନେକ ସମୟରେ ଦାବି କରାଯାଇଛି ।

ଭାସ୍କର ରାଓ ନିଜ ଚିଠିରେ ମିଡିଆ ରିପୋର୍ଟ ଆଧାରରେ ଦାବି କରିଛନ୍ତି ଯେ ଧ୍ରୁବ ରାଠୀଙ୍କ ପାଖରେ ଜର୍ମାନୀ ନାଗରିକତା ରହିଛି । ସେ ପ୍ରଶ୍ନ ଉଠାଇଛନ୍ତି ଯେ କଣ କୌଣସି ବିଦେଶୀ ନାଗରିକ ଭାରତରେ ରାଜନୈତିକ ପ୍ରଦର୍ଶନରେ ସାମିଲ୍ ହୋଇପାରିବ କି ? ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପୋଲିସ ଅଧିକାରୀ ଜର୍ମାନ ନାଗରିକ ନେଇ ସ୍ପଷ୍ଟ ଦାବି କରିନାହାନ୍ତି ଏବଂ ଏହାର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ।

 



Source link

Leave A Reply

Your email address will not be published.