Voice of Eastern India

Majhighariani Temple Hundi: ଖୋଲିଲା ମା’ ମଝିଘରିଆଣିଙ୍କ ଦାନ ହୁଣ୍ଡି, ବାହାରିଲା ବିଦେଶୀ ନୋଟ୍ ସହ ସୁନା-ରୁପା ଅଳଙ୍କାର


ରାୟଗଡ଼ା ୨୯।୬: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଆରମ୍ଭ ହୋଇଛି । ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦୀର୍ଘ ୫ ମାସ ବ୍ୟବଧାନରେ ମା’ଙ୍କ ହୁଣ୍ଡି ଖୋଲିଛି । ଦେବତ୍ତୋର ବିଭାଗର ଅନୁମତି କ୍ରମେ ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ମା’ଙ୍କ ପୂଜାର୍ଚ୍ଚନା ପରେ ୯ଟି ଦାନ ହୁଣ୍ଡି ଖୋଲାଯାଇଛି ।

ଗଣତିରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସହଯୋଗ କରୁଥିବା ବେଳେ ଗଣତି ଶେଷ ହେବା ପରେ ସମସ୍ତ ଅର୍ଥକୁ ଉକ୍ତ ବ୍ୟାଙ୍କରେ ପୈଠ କରାଯିବ । ଆଜିର ଏହି ଗଣତି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ଭାଗ ନେଇଥିଲେ ।

Also Read:- ପେଟର ଭୋକ ନା ଦଲାଲର ଜାଲ? ତାମିଲନାଡୁରେ ଶ୍ରମିକ ମୃତ୍ୟୁ ପଛର ଭୟାନକ କଥା କହିଲେ ଫେରିଆସିଥିବା ଯୁବତୀ

ଗତ ୫ ମାସ ପୂର୍ବେ ଦାନ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା, ୨ କେଜି ୧୫୦ ଗ୍ରାମ ରୁପା ଓ ୩୦ ଗ୍ରାମ ସୁନା ବାହାରିବା ସହ ୨୩ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା । ସଂଗ୍ରହ ସମସ୍ତ ଅର୍ଥ ଓ ସୁନା-ରୁପା ମନ୍ଦିର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସ୍‌ରେ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା ।

ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି ।



Source link

Leave A Reply

Your email address will not be published.