Voice of Eastern India

Horoscope Today : ନଭେମ୍ବର ୨୫ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଆର୍ଥିକ ଦିଗରେ ଉନ୍ନତି ହେବା ସହିତ ଧନଲାଭର ଯୋଗ ରହିଛି। ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। ବ୍ୟବସାୟରେ ଲାଭ ଓ ନୂତନ ଯୋଜନାରେ ସଫଳତା ମିଳିପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ।

ବୃଷ– ଆଜି ଆପଣଙ୍କ ପାଇଁ ଶୁଭଫଳଦାୟକ ଦିନ ରହିବ। ଆତ୍ମବିଶ୍ୱାସ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରିରେ ଉନ୍ନତି ଓ ନୂତନ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତି ରହିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ।

ମିଥୁନ– ମାନସିକ ଚିନ୍ତା ଓ ଅଯଥା ଖର୍ଚ୍ଚ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଦୂରଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଲାଭ ସାଧାରଣ ରହିବ। ପରିବାରରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ– ଆୟ ବୃଦ୍ଧି ଓ ଧନଲାଭର ସୁଯୋଗ ମିଳିବ। ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ନୂତନ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହୋଇପାରେ। ସନ୍ତାନଙ୍କ ସଫଳତାରେ ମନ ଖୁସି ରହିବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।

ସିଂହ– କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂତନ ସୁଯୋଗ ଆସିବ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। ପାରିବାରିକ ଦାୟିତ୍ୱ ବଢ଼ିପାରେ।

କନ୍ୟା– ଭାଗ୍ୟର ସହଯୋଗରେ ଅନେକ କାର୍ଯ୍ୟରେ ସଫଳତା ମିଳିବ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାରେ ଶୁଭଫଳ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଦୂରଯାତ୍ରାରୁ ଲାଭ ମିଳିପାରେ। ପିତାଙ୍କ ସହଯୋଗରେ ଉପକୃତ ହେବେ। ନୂତନ ଯୋଜନା ସଫଳ ହୋଇପାରେ।

ତୁଳା– ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ହଠାତ୍ ଖର୍ଚ୍ଚ ବୃଦ୍ଧି ପାଇପାରେ। ପୁରୁଣା ସମସ୍ୟାର ସମାଧାନ ମିଳିବ। ଗୁପ୍ତ ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ କିଛି ମତଭେଦ ଦେଖାଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।

ବିଛା– ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟ ଓ ଭାଗୀଦାରି କାର୍ଯ୍ୟରେ ଲାଭ ମିଳିବ। ଜୀବନସାଥୀଙ୍କ ସହଯୋଗରେ ନୂତନ କାର୍ଯ୍ୟ ଆରମ୍ଭ କରିବେ। ନୂତନ ଚୁକ୍ତି ଓ ବ୍ୟବସାୟିକ ସମ୍ପର୍କରୁ ଉପକୃତ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

ଧନୁ– କର୍ମକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇପାରେ। ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ଲାଭ କରିବେ। ଋଣ ସମ୍ବନ୍ଧୀୟ ସମସ୍ୟାରେ ଆଶ୍ୱସ୍ତି ମିଳିପାରେ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ଆସିବ। ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର– ଆନନ୍ଦ ଓ ଉତ୍ସାହର ଦିନ ରହିବ। ସନ୍ତାନଙ୍କ ପାଖରୁ ଶୁଭ ଖବର ମିଳିପାରେ। ଶିକ୍ଷାର୍ଥୀମାନେ ପଢ଼ାପଢ଼ିରେ ସଫଳତା ପାଇବେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି। ନୂତନ ଯୋଜନାରେ ସଫଳତା ମିଳିବ।

କୁମ୍ଭ– ପାରିବାରିକ ଜୀବନରେ କିଛି ମାନସିକ ଚାପ ରହିପାରେ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ।

ମୀନ– ସାହସ ଓ ପରାକ୍ରମ ବୃଦ୍ଧି ପାଇବ। ଭାଇଭଉଣୀ ଓ ବନ୍ଧୁଙ୍କ ସହଯୋଗ ମିଳିବ। ଛୋଟ ଯାତ୍ରାରୁ ଲାଭ ହୋଇପାରେ। ବ୍ୟବସାୟିକ ଆଲୋଚନା ଓ ନୂତନ ଯୋଗାଯୋଗରୁ ଶୁଭଫଳ ମିଳିବ। ଚାକିରି କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.