Voice of Eastern India

ଟୁଙ୍କି ଜଳପ୍ରପାତରେ ବୁଡ଼ି ଲିଡ୍ ଇଞ୍ଜିନିୟରଙ୍କ ମୃତ୍ୟୁ, ବୁଲିବାକୁ ଯାଇଥିବା ବେଳେ ଅଘଟଣ


ଉଦଳା: ପର୍ଯ୍ୟଟନସ୍ଥଳୀ ଟୁଙ୍କି ଜଳପ୍ରପାତରେ ଅଘଟଣ। ଜଳପ୍ରପାତରେ ଗାଧୋଇବା ସମୟରେ ବୁଡ଼ିଯାଇ ଜଣେ ବିଦ୍ୟୁତ ବିଭାଗର ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଝାଡ଼ଖଣ୍ଡର ଦେଓଘର ଅଞ୍ଚଳର ଅଭିଷେକ ସିଂ।

ସୂଚନା ଅନୁଯାୟୀ, ଅଭିଷେକ ଉଦଳା ଟାଟା ପାୱାରରେ ଏମ୍ବିସି ଲିଡ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ସେ ଦୁଇଜଣ ସାଙ୍ଗଙ୍କ ସହ ଟୁଙ୍କି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇଥିଲେ। ସେଠାରେ ଜଳପ୍ରପାତରେ ଗାଧୋଉଥିବା ବେଳେ ହଠାତ୍ ଅଭିଷେକ ଗଭୀର ଜଳରେ ବୁଡ଼ି ଯାଇଥିଲେ।

ତାଙ୍କୁ ଉଦ୍ଧାର କରିବା ପାଇଁ ସାଙ୍ଗମାନେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳପ୍ରପାତ ଭିତରୁ ଅଭିଷେକଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହାସହ ମୃତ୍ୟୁର କାରଣ ଓ ଘଟଣାର ପରିସ୍ଥିତି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



Source link

Leave A Reply

Your email address will not be published.