Voice of Eastern India

Horoscope Today : ଜୁନ ୧୨ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଘାତ ଚନ୍ଦ୍ର ପ୍ରଭାବରୁ ମନ ଅସ୍ଥିର ରହିପାରେ। କାର୍ଯ୍ୟକ୍ଷେତ୍ରରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା ଓ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଇଷ୍ଟଦେବଙ୍କ ସ୍ମରଣ ମାନସିକ ଶାନ୍ତି ଦେବ।

ବୃଷ– ଆୟ ବୃଦ୍ଧିର ସୁଯୋଗ ଆସିପାରେ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହେବ। ଶାରୀରିକ ଭାବେ ସୁସ୍ଥ ରହିବେ। ନୂଆ ଯୋଜନା ପାଇଁ ଦିନଟି ଅନୁକୂଳ। ପୁରୁଣା ପ୍ରାପ୍ୟ ଅର୍ଥ ମିଳିପାରେ। ସାମାଜିକ ପ୍ରତିଷ୍ଠା ବଢ଼ିବ।

ମିଥୁନ– କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ଯୋଗାଯୋଗ ଲାଭଦାୟକ ହେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ପରିବାରରେ ଖୁସିର ପରିବେଶ ରହିବ। ନୂତନ ଦାୟିତ୍ୱ ମିଳିପାରେ। ଛାତ୍ରଛାତ୍ରୀମାନେ ଶୁଭ ଫଳ ପାଇବେ।

କର୍କଟ– ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦୂରଯାତ୍ରାର ଯୋଗ ରହିଛି। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଅଧାରେ ଥିବା କାମ ଆଗକୁ ବଢ଼ିବ।

ସିଂହ– ଖର୍ଚ୍ଚ ବୃଦ୍ଧି ପାଇପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ପୁରୁଣା ସମସ୍ୟାର ସମାଧାନ ମିଳିବ। ଋଣ ନେବା ଦେବାରେ ସତର୍କତା ରଖନ୍ତୁ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ।

କନ୍ୟା– ବ୍ୟବସାୟ ଓ ବାଣିଜ୍ୟରେ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଭାଗୀଦାରୀ କାର୍ଯ୍ୟରେ ସଫଳତା ମିଳିବ। ନୂଆ ପରିଚୟ ଲାଭଦାୟକ ହେବ। ବିବାହ ଆଲୋଚନାରେ ଅଗ୍ରଗତି ହୋଇପାରେ। ଆର୍ଥିକ ଚିନ୍ତା କମିବ।

ତୁଳା– ଶତ୍ରୁ ପରାଜିତ ହେବେ। ଚାକିରି କ୍ଷେତ୍ରରେ ଉନ୍ନତିର ସୂଚନା ରହିଛି। ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପ୍ରତିଯୋଗିତାରେ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ।

ବିଛା– ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ମିଳିପାରେ। ଶିକ୍ଷା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ସମ୍ପର୍କ ମଜବୁତ ହେବ। ଆର୍ଥିକ ଲାଭର ଯୋଗ ରହିଛି। ମାନସିକ ଉତ୍ସାହ ବଢ଼ିବ। ନୂଆ ସୁଯୋଗ ହାତକୁ ଆସିପାରେ।

ଧନୁ– ପରିବାରିକ ସୁଖ ଶାନ୍ତି ବଜାୟ ରହିବ। ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସମ୍ପତ୍ତି ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ମାତାପିତାଙ୍କ ଆଶୀର୍ବାଦ ମିଳିବ। ଘର ପାଇଁ ନୂଆ ବସ୍ତୁ କ୍ରୟ କରିପାରନ୍ତି। ପୁରୁଣା ବିବାଦର ସମାଧାନ ହୋଇପାରେ।

ମକର– ସାହସ ଓ ଆତ୍ମବିଶ୍ୱାସ ବଢ଼ିବ। ଛୋଟ ଯାତ୍ରା ଲାଭଦାୟକ ହେବ। ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ଯୋଗାଯୋଗରୁ ଲାଭ ମିଳିବ। ଅଟକିଥିବା ଅର୍ଥ ପ୍ରାପ୍ତିର ଯୋଗ ରହିଛି।

କୁମ୍ଭ– ଆର୍ଥିକ କ୍ଷେତ୍ରରେ ଶୁଭ ଫଳ ମିଳିବ। ବାକ୍ ଶକ୍ତି ଦ୍ୱାରା କାର୍ଯ୍ୟ ସିଦ୍ଧି ହେବ। ପରିବାରରେ ଆନନ୍ଦର ପରିବେଶ ରହିବ। ସଞ୍ଚୟ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ନୂତନ ନିବେଶ ପାଇଁ ଦିନଟି ଅନୁକୂଳ।

ମୀନ– ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଭଲ। ସାମାଜିକ ସମ୍ମାନ ବଢ଼ିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହଯୋଗ ପାଇବେ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.