Voice of Eastern India

ଭାରତୀୟ କ୍ରିକେଟ ଟିମରେ ଆଉ ଜଣେ ଦ୍ରାବିଡ; ଅଣ୍ଡର-୧୯ରେ ରାହୁଲ ଦ୍ରାବିଡ଼ଙ୍କ ପୁଅ ସାମିଲ


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଆଉ ଜଣେ ଦ୍ରାବିଡ। ଖୁବଶୀଘ୍ର ଆଉ ଜଣେ ଦ୍ରାବିଡ ଇଣ୍ଡିଆର ବ୍ଲୁଜର୍ସି ପିନ୍ଧିବାକୁ ଯାଉଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟର ରାହୁଲ ଦ୍ରାବିଡଙ୍କ ସାନ ପୁଅ ୱିକେଟକିପର-ବ୍ୟାଟର ଅନ୍ୱୟ ଦ୍ରାବିଡଙ୍କୁ ଭାରତର ଅଣ୍ଡର-୧୯ ଦଳରେ ସ୍ଥାନ ଦିଆଯାଇଛି। ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଟିମ୍ରେ ଚୟନ କରାଯାଇଛି।

ଅଧ୍ୟକ୍ଷ ଶରଥ ଶ୍ରୀଧରନଙ୍କ ନେତୃତ୍ୱରେ ଜୁନିଅର କ୍ରିକେଟ୍ ଚୟନ କମିଟି ଗୁରୁବାର ଦ୍ୱିପାକ୍ଷିକ ମୁକାବିଲା ପାଇଁ ଆନୁଷ୍ଠାନିକ ଭାବରେ ହ୍ୱାଇଟ ବଲ୍ ଏବଂ ରେଡ ବଲ୍ ଦଳ ଘୋଷଣା କରିଛି। ତିନୋଟି ଦିନିକିଆ ଫିକ୍ସର୍ ଏବଂ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ବିଶିଷ୍ଟ ଏହି ମୁକାବିଲା ୪ ଜୁଲାଇ, ୨୦୨୬ରେ ହାମ୍ବନଟୋଟାରେ ଆରମ୍ଭ ହେବ।

୧୭ ବର୍ଷୀୟ ଡାହାଣହାତୀ ବ୍ୟାଟର ଅନ୍ୱୟଙ୍କର ଘରୋଇ ଏଜ୍ ଗ୍ରୁପ କ୍ରିକେଟରେ ନିୟମିତ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଅଣ୍ଡର-୧୯ ଦଳରେ ସାମିଲ କରାଯାଇଛି। ଦିନିକିଆ ଟିମ୍ରେ ଦୁଇଟି ୱିକେଟକିପର ବିକଳ୍ପ ଭାବରେ ଅନ୍ୱୟ ଓ ରଜତ ବାଘେଲଙ୍କୁ ୧୫ ଜଣିକିଆ ଟିମ୍ରେ ସାମିଲ କରାଯାଇଛି। ମଧ୍ୟପ୍ରଦେଶର ଯଶବର୍ଦ୍ଧନ ସିଂହ ଚୌହାନଙ୍କୁ ଦଳର ଅଧିନାୟକ ଓ ରାଇଚନ୍ଦାନୀଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି।

ଏହି ଚୟନ ଜୁନିଅର ଦ୍ରାବିଡଙ୍କ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ଏହା ପୂର୍ବରୁ ତାଙ୍କ ବଡ଼ ଭାଇ ସମିତ ୧୯ ବର୍ଷରୁ କମ୍ କ୍ରିକେଟରେ କର୍ଣ୍ଣାଟକର ପ୍ରତିନିଧିତ୍ୱ କରିସାରିଛନ୍ତି, କିନ୍ତୁ ଅନଭୟ ଦ୍ରାବିଡ଼ ଭାଇଭଉଣୀଙ୍କ ମଧ୍ୟରୁ ପ୍ରଥମେ ନ୍ୟାସନାଲ ଟିମ୍ରେ ସାମିଲ୍ ହେବାର ସୌଭାଗ୍ୟ ପାଇଛନ୍ତି।

ଭଲ ଖେଳୁଛନ୍ତି ଅନଭୟ

ଏହି କିଶୋର ଖେଳାଳି ଅନଭୟ ସମ୍ପ୍ରତି ଭିନୁ ମଙ୍କଡ ଟ୍ରଫି ସମୟରେ ଭଲ ପ୍ରଦର୍ଶନ କରି ଖବରର ଶିରୋନାମା ରହିଥିଲେ। ଅଣ୍ଡର-୧୯ ଟିମ୍ରେ ସେ କର୍ଣ୍ଣାଟକ ଦଳର ଅଧିନାୟକ ଦାୟିତ୍ୱ ନେଇ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ।ମୁଖ୍ୟତଃ ମିଡିଲ୍-ଅର୍ଡର ବ୍ୟାଟର ଭାବରେ ଖେଳୁଥିବା ଅନ୍ୱୟ ୬ ଇନିଂସରେ ମୋଟ ୨୨୦ ରନ୍ ସଂଗ୍ରହ କରିଥିଲେ। ହିମାଚଳ ପ୍ରଦେଶ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅନ୍ୱୟ ଅପରାଜିତ ୮୨ ରନ୍ କରି ଦଳକୁ ମ୍ୟାଚ୍ ଜିତାଇଥିଲେ। ଏହା ଖବରର ହେଡଲାଇନ ପାଲଟିଥିଲା। ଏହା ପୂର୍ବରୁ ସେ ଅଣ୍ଡର-୧୬ ବିଜୟ ମର୍ଚାଣ୍ଟ ଟ୍ରଫିରେ ନିଜର ପ୍ରଥମ ଶତକ ହାସଲ କରିଥିଲେ।

ଭାରତଅଣ୍ଡର୧୯ ଦିନିକିଆ ଦଳସାଗର ଭିର୍କ, ଲକ୍ଷ୍ୟ ରାୟଚନ୍ଦନୀ (ଉପ-ଅଧିନାୟକ), ଯଶବର୍ଦ୍ଧନ ସିଂହ ଚୌହାନ (ଅଧିନାୟକ), ଭିନିତ୍ ଭିକେ, ଅର୍ଜୁନ ରାଜପୁତ, କୁଶାଗ୍ରା ଓଝା, ରଜତ ବାଘେଲ (ୱିକେଟକିପର), ଅନ୍ୱୟ ଦ୍ରାବିଡ଼ (ୱିକେଟକିପର), ଅନମୋଲଜିତ ସିଂହ, ଭୁଟକୁରି ଯଶବୀର ଗୌଡ଼, ରୋହିତ ଅନିଲ ଯାଦବ, ଶାଭିନ୍ ଭି, କାବ୍ୟା ପରେଶ ପଟେଲ, ମୋହିତ ଉଲଭା, ଇଶାନ ସୁଦ।



Source link

Leave A Reply

Your email address will not be published.