Voice of Eastern India

Horoscope Today : ଜୁଲାଇ ୧୯ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଦିନଟି ମିଶ୍ର ଫଳଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ଆସିପାରେ। ପରିବାରରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେବ। ଯାତ୍ରା କଲେ ସତର୍କ ରୁହନ୍ତୁ। ଧନ ବ୍ୟୟ ନିୟନ୍ତ୍ରଣ କରନ୍ତୁ। ପୁରୁଣା କାମରେ ଧୀରେ ଧୀରେ ସକାରାତ୍ମକ ଅଗ୍ରଗତି ହେବ।

ବୃଷ– ଘାତ ଚନ୍ଦ୍ର ପ୍ରଭାବରୁ ମନ ଅସ୍ଥିର ରହିପାରେ। କାର୍ଯ୍ୟରେ ବିଳମ୍ବ କିମ୍ବା ବାଧା ଆସିପାରେ। ଅନାବଶ୍ୟକ ତର୍କ ଏଡ଼ାନ୍ତୁ। ଯାନବାହନ ଚଳାଇବାରେ ସତର୍କତା ଆବଶ୍ୟକ। ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି କରନ୍ତୁ। ସ୍ୱାସ୍ଥ୍ୟ ଓ ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ମିଥୁନ– ବନ୍ଧୁ କିମ୍ବା ସହକର୍ମୀଙ୍କ ସହଯୋଗ ମିଳିବ। ଅଟକିଥିବା କାମରେ ଗତି ଆସିପାରେ। ବ୍ୟବସାୟରେ ନୂତନ ସୁଯୋଗ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ।

କର୍କଟ– କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ଆର୍ଥିକ ଲାଭର ସୂଚନା ରହିଛି। ଘରୋଇ କାମରେ ବ୍ୟସ୍ତତା ବଢ଼ିବ। ଦୂର ସ୍ଥାନରୁ ଶୁଭ ସମ୍ବାଦ ମିଳିପାରେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ସୁଯୋଗ ମିଳିପାରେ।

ସିଂହ– ଧାର୍ମିକ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଶିକ୍ଷା ଓ ପ୍ରତିଯୋଗିତାରେ ଭଲ ଫଳ ମିଳିପାରେ। ଜ୍ୟେଷ୍ଠଙ୍କ ପରାମର୍ଶ ଉପକାରୀ ହେବ। ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ଦିନଟି ମଧ୍ୟମ ଭଲ ରହିବ। ଅଟକିଥିବା ଯୋଜନା ପୁଣିଥରେ ଆଗକୁ ବଢ଼ିପାରେ।

କନ୍ୟା– ଚନ୍ଦ୍ର ରାଶିରେ ଥିବାରୁ ମାନସିକ ସ୍ପଷ୍ଟତା ରହିବ। ନୂତନ ଯୋଜନା ଆରମ୍ଭ ପାଇଁ ସମୟ ଅନୁକୂଳ। ଚାକିରି ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିବ। ପରିବାରର ସହଯୋଗ ମନୋବଳ ବଢ଼ାଇବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ନୂତନ ପରିଚୟ ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ।

ତୁଳା– ଗୁପ୍ତ ଚିନ୍ତା କିମ୍ବା ମାନସିକ ଚାପ ରହିପାରେ। ଧନ ନେଣଦେଣରେ ସତର୍କ ରୁହନ୍ତୁ। ଅନାବଶ୍ୟକ ବିବାଦ ଏଡ଼ନ୍ତୁ। ଧୈର୍ଯ୍ୟ ଧରିଲେ ପରିସ୍ଥିତି ସୁଧରିବ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଶାନ୍ତି ମିଳିବ।

ବିଛା– ଭାଗୀଦାରୀ କାର୍ଯ୍ୟରେ ଲାଭ ମିଳିପାରେ। ସାମାଜିକ ସମ୍ମାନ ବଢ଼ିବ। ପୁରୁଣା ମିତ୍ରଙ୍କ ସହ ଯୋଗାଯୋଗ ହେବ। ଆର୍ଥିକ ସ୍ଥିତି ଧୀରେ ଧୀରେ ଭଲ ହେବ। ପରିବାରରେ ଶାନ୍ତି ରହିବ। ନୂତନ ଚୁକ୍ତି କିମ୍ବା ସହଯୋଗର ସମ୍ଭାବନା ରହିଛି।

ଧନୁ– କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଆର୍ଥିକ ଲାଭ ମିଳିଲେ ମଧ୍ୟ ବ୍ୟୟ ବଢ଼ିପାରେ। ସ୍ୱାସ୍ଥ୍ୟରେ କ୍ଲାନ୍ତି ଅନୁଭବ ହେବ। କର୍ମନିଷ୍ଠାର ଫଳ ଆଗାମୀ ଦିନରେ ମିଳିବ।

ମକର– ଶିକ୍ଷା, ସନ୍ତାନ ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ନୂତନ ଧାରଣାରୁ ଲାଭ ହୋଇପାରେ। ପ୍ରେମ ସମ୍ପର୍କରେ ସକାରାତ୍ମକତା ରହିବ। ଯାତ୍ରାର ସୁଯୋଗ ମିଳିପାରେ। ଦିନଟି ଶୁଭ ରହିବ। ବିନିଯୋଗ ପୂର୍ବରୁ ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ– ଦିନଟି ଅନନୁକୂଳ ରହିପାରେ। ଘରୋଇ ଅଶାନ୍ତି କିମ୍ବା ମନମାଲିନ୍ୟ ହେବାର ସମ୍ଭାବନା ରହିଛି। କାର୍ଯ୍ୟରେ ବାଧା ଓ ମାନସିକ ଚାପ ବଢ଼ିପାରେ। ଯାନବାହନ ଓ ବିଦ୍ୟୁତ ସାମଗ୍ରୀରେ ସତର୍କତା ଆବଶ୍ୟକ। ବଡ଼ ନିଷ୍ପତ୍ତି ଆଜି ପଛକୁ ରଖନ୍ତୁ। ଧୈର୍ଯ୍ୟ ଓ ସଂଯମ ରଖିଲେ କ୍ଷତିକୁ ଏଡ଼ାଇପାରିବେ।

ମୀନ– ଯୋଗାଯୋଗ ଓ ଆଲୋଚନାରେ ସଫଳତା ମିଳିବ। ଛୋଟ ଯାତ୍ରା ଲାଭଦାୟକ ହେବ। ଭାଇଭଉଣୀଙ୍କ ସହଯୋଗ ମିଳିପାରେ। ବ୍ୟବସାୟରେ ନୂତନ ଗ୍ରାହକ ଯୋଗ ହେବ। ମନ ପ୍ରଫୁଲ୍ଲ ରହିବ। ଦୀର୍ଘଦିନର ଇଚ୍ଛା ପୂରଣ ଦିଗରେ ଶୁଭ ସଙ୍କେତ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.