Voice of Eastern India

ହେରାପଞ୍ଚମୀ ପୂର୍ବରୁ ଶ୍ରୀଜିଉଙ୍କ ବନକଲାଗି ନୀତି, ୬ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ


ପୁରୀ ୧୯।୭: ଜନ୍ମବେଦିରେ ଶ୍ରୀଜିଉଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ ଆଉ ଶ୍ରଦ୍ଧାଳୁ । ରବିବାରଠୁ ବାହୁଡା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବେ ଭକ୍ତ । ଜନ୍ମବେଦିରେ ସୋମବାର ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ଏହାପୂର୍ବରୁ ରବିବାର ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ।

ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମବାପ୍ରଭୁଙ୍କ ବନକଲାଗି ନୀତି କରାଯିବ । ଏଥିପାଇଁ ରାତି ୯ଟାରୁ ବଡ଼ି ଭୋର ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି ।

Also Read:- ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ଜଳଭଣ୍ଡାରର ୪ଟି ଗେଟ୍

ଗୁଣ୍ଡିଚା ମନ୍ଦିରରେ ଆଜିଠାରୁ ଭକ୍ତମାନେ ଠାକୁରଙ୍କ ଆଡ଼ପ ଦର୍ଶନ ପାଇବାର ସୌଭାଗ୍ୟ ଲାଭ କରୁଛନ୍ତି । ଆଜି ମନ୍ଦିରରେ ମିଳିବ ଚଳିତ ବର୍ଷର ପ୍ରଥମ ଆଡ଼ପ ଅବଢ଼ା । ସେଥିପାଇଁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଶ୍ରଦ୍ଧାଳୁମାନେ ଆନନ୍ଦବଜାରରେ ଅନ୍ନମହାପ୍ରସାଦ ପାଇପାରିବେ ।



Source link

Leave A Reply

Your email address will not be published.