Voice of Eastern India

ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ଜଳଭଣ୍ଡାରର ୪ଟି ଗେଟ୍


ସମ୍ବଲପୁର ୧୯।୦୭: ଜଳସ୍ତରକୁ ଆଖିରେ ରଖି ହୀରାକୁଦର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ବରେ ୩ଟି ଏବଂ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଖୋଲିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି।

ତେବେ ରବିବାର ସକାଳ ୬ଟା ସୁଦ୍ଧା, ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଉପରମୁଣ୍ଡରୁ ହାରାହାରି ୧ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩୩ ହଜାର ୬୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଗକୁ ସ୍ଥିତି ଦେଖି ସମସ୍ତ ଗେଟ୍ ଖୋଲାଯିବ କି ନାହିଁ । ସେ ନିଷ୍ପତ୍ତି ନିଆଯିବ ।

Also Read:-ମାଲେମାଲ୍ କରିଦେଲା ଇଲିସି, ଏତିକି ଟଙ୍କାରେ ବିକ୍ରି ହେଲା ଗୋଟିଏ ମାଛ



Source link

Leave A Reply

Your email address will not be published.