Voice of Eastern India

‘ହାତକଡ଼ି ପିନ୍ଧାଇ ଆତଙ୍କବାଦୀ ପରି ହିଁ ଅଣାଯିବ’, ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ଉପରେ ବାଂଲାଦେଶର ଜବାବ


ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ସେ ଡିସେମ୍ବର ୧୬ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଘୋଷଣା କରିଛନ୍ତି। ଦୀର୍ଘ ଦୁଇବର୍ଷ ହେଲା ସେ ଭାରତରେ ରହି ଆସୁଛନ୍ତି । ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ଶେଖ୍ ହସିନାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି । ଏହା ଉପରେ ଏବେ ବାଂଲାଦେଶର ନୂତନ ସରକାରଙ୍କ ଜବାବ ଆସିଛି। ହସିନା ଡିସେମ୍ବର ୧୬ରେ ହାତକଡ଼ି ପିନ୍ଧି ଜଣେ ଆତଙ୍କବାଦୀ ପରି ହିଁ ଦେଶକୁ ଆସି ପାରିବେ।

ବିଦେଶ ରାଷ୍ଟ୍ର ମନ୍ତ୍ରୀ ହୁମାୟୁଁ କବୀର ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ, ଶେଖ ହସିନା ବାଂଲାଦେଶରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରି ଦିଆଯିବ। ବାଂଲାଦେଶବାସୀ ଆତଙ୍କବାଦର କେବଳ ଗୋଟିଏ ରୂପ ଜାଣିଛନ୍ତି, ତାହା ହେଉଛି ହସିନାଙ୍କ ଦ୍ଵାରା ଗଠିତ ଆବାମୀ ଆତଙ୍କବାଦ। ସେ ଜଣେ ଦୋଷୀ ଅପରାଧୀ ଏବଂ ପଳାତକ ଆତଙ୍କବାଦୀ। ସେ କହିଛନ୍ତି ନିଜର ମାନସିକ ଚାପ କରଣରୁ ଶେଖ ହସିନା ଟଙ୍କା ଦେଇ କିମ୍ବା ନିଜ ଲୋକଙ୍କୁ କାମରେ ରଖି କିଛି ବି ଛପାଇ ପାରିବେ। ମାତ୍ର ବାସ୍ତବିକତା ହେଉଛି ସଂପୂର୍ଣ୍ଣ ଭିନ୍ନ। କୌଣସି ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ ବ୍ୟତୀତ ଅନ୍ୟ କୌଣସି ପ୍ରକ୍ରିୟା ବିନା ଦେଶକୁ ଫେରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ହୋଇପାରେ ସେ  ଶୋଇବା ସମୟରେ ଦୁଃସ୍ଵପ୍ନ ଦେଖୁଛନ୍ତି।

Also Read: Nvidiaକୁ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ପଛରେ ଟ୍ରମ୍ପ !  ନିଜକୁ ନିଜେ ଦେଲେ କ୍ରେଡିଟ୍‌ 

ବାଂଲାଦେଶରେ ଉତ୍ତେଜନାମୂଳକ ସ୍ଥିତି

ଶେଖ ହସିନା ସ୍ଵଦେଶ ଫେରିବା ନେଇ ଘୋଷଣା କରି ସାରିଛନ୍ତି। ଏହା ପରଠୁ ବାଂଲାଦେଶରେ ଉତ୍ତେଜନା ଦେଖା ଦେଇଛି। ଅନ୍ୟପଟେ ହସିନା ନୂଆ ପାସପୋର୍ଟ ଓ ଭିସା ଜାରି କରିବାକୁ ଆବେଦନ କରିଛନ୍ତି। ସେ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବାଂଲାଦେଶ ଏୟାରଲାଇନ୍ସ ବିମାନର ବ୍ୟବସ୍ଥା କରାଯାଉ।  ହସିନାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ   କରି କବୀର କହିଛନ୍ତି, ସେ କୌଣସି ସାଧାରଣ ଯାତ୍ରୀ ନୁହନ୍ତି। ତାଙ୍କୁ କେବଲ ହାତକଡ଼ି ଲଗାଇ ଏବଂ କଡ଼ା ସତର୍କତାର ସହ ସ୍ଵଦେଶ ଅଣାଯାଇ ପାରିବ।

ରିପୋର୍ଟ ଅନୁଯାୟୀ, ଶେଖ ହସିନା ଡିସେମ୍ବରରେ ବାଂଲାଦେଶ ଫେରି ଅଦାଲତରେ ଆତ୍ମସମର୍ପଣ କରିବାକୁ ଯୋଜନା କରିଛନ୍ତି। ହେଲେ ତାଙ୍କର ସ୍ଵଦେଶ ପ୍ରତ୍ୟାବର୍ତ୍ତନ ବାଂଲାଦେଶରେ ନୂଆ ରାଜନୈତିକ ଉତ୍ତେଜନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ। ଏବେବି ବାଂଲାଦେଶ ଅଶାନ୍ତ ରହିଛି । ଅନେକ ସ୍ଥାନରେ ହିଂସା ଦଙ୍ଗା ହେଉଛି । ହସିନାଙ୍କ ସମର୍ଥକମାନେ ଧାରଣା ଦେବା ସହ ବିକ୍ଷୋଭ କରୁଛନ୍ତି । ତେବେ ୨୦୨୫ ନଭେମ୍ବରରେ ଏକ ଅଦାଲତ ୨୦୨୪ ବିରୋଧ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହାକୁ ବାତିଲ କରିବା ପାଇଁ ସମର୍ଥକମାନେ ଦାବି କରୁଛନ୍ତି ।

 



Source link

Leave A Reply

Your email address will not be published.