Voice of Eastern India

ସେପ୍ଟେମ୍ବର CTET ପରୀକ୍ଷା ସ୍ଥଗିତ, ଜାଣନ୍ତୁ କେବେ ସୁଦ୍ଧା କରିପାରିବେ ଆବେଦନ ?


ନୂଆଦିଲ୍ଲୀ: ସ୍ଥଗିତ ହୋଇଛି ସେପ୍ଟେମ୍ବର ୬ ତାରିଖରେ ହେବାକୁ ଥିବା CTET ସେପ୍ଟେମ୍ବର ୨୦୨୬। ସିବିଏସଇ ପରୀକ୍ଷାକୁ ସ୍ଥଗିତ କରିଥିବା ବେଳେ, ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ବୋର୍ଡ ସୂଚନା ଦେଇଛି। ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଛି ଏବଂ ଆବେଦନ ପ୍ରକ୍ରିୟାର ୱିଣ୍ଡୋକୁ ପୁଣିଥରେ ଖୋଲିଛି।

ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, ଯୋଗ୍ୟ ଶିକ୍ଷକମାନଙ୍କୁ ନିର୍ଦ୍ଧାରିତ TET ଯୋଗ୍ୟତା ହାସଲ କରିବା ପାଇଁ ଉଚିତ ଏବଂ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଆବଶ୍ୟକ। ଏହି ନିର୍ଦ୍ଦେଶକୁ ଆଧାର କରି ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ ପୂର୍ବରୁ ଆବେଦନ କରିପାରିନଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ଆଶାୟୀ ପ୍ରାର୍ଥୀମାନେ ୨୦୨୬ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧ ମଧ୍ୟରେ ଅଫିସିଆଲ୍ ୱେବସାଇଟ୍ ctet.nic.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ।

ପୁରୁଣା ଆବେଦନକାରୀଙ୍କୁ ପୁଣି ଫର୍ମ ପୂରଣ କରିବାକୁ ପଡ଼ିବନି:

ତେବେ ସିବିଏସଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ସଫଳତାର ସହ ଆବେଦନ ଫର୍ମ ଦାଖଲ କରିସାରିଛନ୍ତି, ସେମାନଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ ନାହିଁ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷାର ସଂଶୋଧିତ ତାରିଖ ଘୋଷଣା କରାଯିବ।

Also Read: ଶିକ୍ଷକ ନିଯୁକ୍ତି ଲାଗି ବିଜ୍ଞପ୍ତି, ୩୨,୩୮୮ ପଦବୀ ପାଇଁ ସେପ୍ଟେମ୍ବର ୧ରୁ ଆବେଦନ

ପାସ୍ କରିବା ପାଇଁ କେତେ ନମ୍ବର ଆବଶ୍ୟକ?

ସିଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଜେନେରାଲ୍ ବର୍ଗର ପ୍ରାର୍ଥୀଙ୍କୁ ୧୫୦ରୁ ଅତିକମରେ ୯୦ ନମ୍ବର (୬୦ ପ୍ରତିଶତ) ଆଣିବାକୁ ପଡ଼ିବ। ସେହିପରି ଏସସି (SC) ଏବଂ ଏସଟି (ST) ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୫୦ ରୁ ୮୨ ନମ୍ବର (୫୫ ପ୍ରତିଶତ) ରଖିବା ଅନିର୍ବାର୍ଯ୍ୟ ଅଟେ।

ଏହି ପରୀକ୍ଷା ପାସ୍ କରିବା ପରେ ପ୍ରାର୍ଥୀମାନେ ଦେଶସାରା ଥିବା କେନ୍ଦ୍ରୀୟ ବିଦ୍ୟାଳୟ (KVS), ନବୋଦୟ ବିଦ୍ୟାଳୟ (NVS) ଏବଂ ଆର୍ମି ସ୍କୁଲଗୁଡ଼ିକରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୁଅନ୍ତି।



Source link

Leave A Reply

Your email address will not be published.