Voice of Eastern India

ସୁନାପୁର ସମୁଦ୍ରରେ ଭାସିଗଲେ ଯୁକ୍ତ ୨ ଛାତ୍ର , ଓଡ୍ରାଫ୍‌ ଟିମର ଖୋଜାଖୋଜି ଜାରି


ବ୍ରହ୍ମପୁର: ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଯୁକ୍ତ ଦୁଇ ଛାତ୍ର । ଚିକିଟୀ ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଯାଇଛି ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଯୁକ୍ତ ୨ ଛାତ୍ର ନିଖୋଜ ଭାସି ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ର ଚିକିଟୀ ଅଞ୍ଚଳ କୋଟିଲିଙ୍ଗ ଗ୍ରାମର ଏ.ଯୁଧିଷ୍ଠି ବୋଲି ଜଣାପଡିଛି । ସନ୍ଧାନ ପାଇଁ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ସମୁଦ୍ରରେ ଖୋଜାଖୋଜି ଜାରି ରହିଛି ।

କୋଟିଲିଙ୍ଗ ଗ୍ରାମର କିଛି ଯୁବକ ସାଙ୍ଗଙ୍କ ଜନ୍ମଦିନ ପାଳିବା ପାଇଁ ସୁନାପୁର୍ ବେଳାଭୂମି ଯାଇଥିଲେ । ସେଠାରେ ଭୋଜି କରିବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏ.ଯୁଧିଷ୍ଠି ପ୍ରଖର ସମୁଦ୍ର ସ୍ରୋତରେ ଭାସିଯାଇଥିବା ଜଣାପଡିଛି । ଯୁଧିଷ୍ଠି ସମୁଦ୍ରରେ ଭାସିଯିବା ପରେ ତାଙ୍କ ସାଙ୍ଗମାନେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଛି । ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ସମୁଦ୍ର ନିକଟକୁ ଯାଉଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଖର ସ୍ରୋତ ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ସଚେତନ କରାଯାଉଛି ।



Source link

Leave A Reply

Your email address will not be published.