ଲମତାପୁଟ, ୨୭/୦୯ : ସରିଛି ୫ ଦିନ ଲଗାଣ ବର୍ଷା । ବିଭିନ୍ନ ଜାଗାରେ ପାଣି ପଶିଛି । ଏବେ ଆଉ ସେତେଟା ବର୍ଷା ନାହିଁ । ଆକାଶ ବି ଫିଟିଲାଣି । ଖରା ପଡିଲାଣି । ଖଣ୍ଡଖଣ୍ଡ ମେଘମାଳା ଭାସୁଛି । ହେଲେ ବର୍ଷା ହେଉନି । ତେବେ ବର୍ଷା ଛାଡିବା ପରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକକୁ ଛୁଇଁଛି ପହିଲି ଶୀତ l
ଲମତାପୁଟରେ ହାଲୁକା ଶୀତ ସହ ଘନ କୁହୁଡି ଆରମ୍ଭ ହୋଇଯାଇଛି l ରାତି ୯ଟା ପରେ ସାରା ଅଞ୍ଚଳକୁ ଘେରି ରହୁଛି ଘନ କୁହୁଡି l ଯାତାୟାତ କରିବା ଭାରି ମୁସ୍କିଲ l କାରଣ ଜିରୋ ଭିଜିବିଲିଟି ରହୁଛି l ସକାଳୁ ୯ଟା ପର୍ଯ୍ୟନ୍ତ କୁହୁଡି ରହୁଛି l କୁହୁଡି ସକାଶେ ଗାଡି ମଟର ସ୍ୱତନ୍ତ୍ର ହଳଦିଆ ଲାଇଟ ବ୍ୟବହାର କରି ଯାତାୟାତ କରୁଛନ୍ତି l
Also Read :- ଅକ୍ଟୋବର ୨ରେ ‘ନୋ UPI ଡେ’ ପାଳନ ଖବର ମିଛ, ଏଭଳି କୌଣସି ଘୋଷଣା ହୋଇନି: CAITର ସ୍ପଷ୍ଟୀକରଣ
ଶୀତ ସକାଳୁ ଧୀରେ ଧୀରେ ଚାହା ଦୋକାନ ଗୁଡିକ ଭିଡ଼ ଜମିବା ଆରମ୍ଭ ହୋଇଗଲାଣି l ଚଳିତ ବର୍ଷ ମାଳ ଅଞ୍ଚଳରେ ଭଲ ବର୍ଷା ହୋଇଛି ଆଗକୁ ହାଡ଼ ଭଙ୍ଗା ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣି ପାଗ l ଯାହା ବାସ୍ତବତାର ରୂପ ନେଉଛି । ସେପ୍ଟେମ୍ବର ନ ସରୁଣୁ ବ୍ଲକରେ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ଆଗାମୀ ତିନି ମାସ ଥରାଇବ ବୋଲି କୁହାଯାଇପାରେ ।
