ଭୁବନେଶ୍ୱର ୧୧।୦୮ : ରାଜଧାନୀରେ ପୁଣି ଜବରଦଖଲ ଉଚ୍ଛେଦ । ଭୁବନେଶ୍ୱର ନୀଳାଦ୍ରୀ ବିହାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଛି । ଏହି ସମୟରେ ଉତ୍ତେଜନା ଦେଖିବାକୁ ମିଳିଛି। ଯାହାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ନୀଳାଦ୍ରୀ ବିହାର କନ୍ୟାଶ୍ରମ ଫେଜ୍-୧, ଫେଜ୍-୨ ଓ ଫେଜ୍-୩ରେ ଥିବା ଜବରଦଖଲକୁ ବିଡିଏ, ବିଏମସି ଓ କମିଶନରେଟ୍ ପୋଲିସ ପକ୍ଷରୁ ମିଳିତ ଉଦ୍ୟମରେ ଉଚ୍ଛେଦ କରାଯାଇଛି। ଉଚ୍ଛେଦକୁ ନେଇ କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
Also Read:-ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ, ରାଜସ୍ୱ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି
ଜବରଦଖଲକାରୀଙ୍କ ମଧ୍ୟରୁ ଯେଉଁମାନଙ୍କୁ ଥଇଥାନ କରାଯାଇଛି । ସେମାନଙ୍କୁ ବୁଦ୍ଧବିହାର ଅଞ୍ଚଳରେ ବିଡିଏ ପକ୍ଷରୁ ଘର ଯୋଗାଇ ଦିଆଯାଇଛି। ତେବେ ଘର ମିଳିବା ସତ୍ତ୍ୱେ ଅନେକ ପରିବାର କନ୍ୟାଶ୍ରମ ଅଞ୍ଚଳରେ ଜବରଦଖଲ କରି ରହୁଥିଲେ। ରାସ୍ତା ସମ୍ପ୍ରସାରଣ ଉଦ୍ଦେଶ୍ୟରେ ବିଡିଏ ପକ୍ଷରୁ ଆଜି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଉଚ୍ଛେଦ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ଜୋନ୍-୫ ଏସିପି, ଜୋନ୍-୬ ଏସିପି, ୨ ଜଣ ଅତିରିକ୍ତ ଡିସିପିଙ୍କ ସମେତ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି।
Watch Video:-
