Voice of Eastern India

ବ୍ରିଟେନ୍ ସହ ଯୁଦ୍ଧ କରିବ ଋଷ : ରାଗିଗଲେ ପୁଟିନ, ମାଡ଼ କରିବେ ଭୟଙ୍କର ଅସ୍ତ୍ର !


ନୂଆଦିଲ୍ଲୀ,୧୯/୦୮ : ୟୁକ୍ରେନ୍ ଯୁଦ୍ଧରେ ବ୍ରିଟେନ ହସ୍ତକ୍ଷେପ କରିଥିବା ରୁଷ୍ ସରକାର ଅଭିଯୋଗ ଆଣିଛନ୍ତି । ୟୁକ୍ରେନ୍ ରୁଷ୍ ଉପରେ ଆକ୍ରମଣ କରିବା ଲାଗି ବ୍ରିଟେନ୍ କମ୍ପାନୀରେ ନିର୍ମିତ ଡ୍ରୋନ୍ ବ୍ୟବହାର କରିଥିବା ରୁଷ୍ ସରକାର କହିଛନ୍ତି । ଏଥିପାଇଁ ବ୍ରିଟେନ ଗମ୍ଭୀର ପରିଣାମ ଭୋଗିବ ବୋଲି ମସ୍କୋ ପକ୍ଷରୁ କୁହାଯାଇଛି।

ବ୍ରିଟେନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁକ୍ରେନ୍ ରୁଷ୍ ଉପରେ ଆକ୍ରମଣ କରିବା ଲାଗି ୨ ବ୍ରିଟିଶ କମ୍ପାନୀ ଦ୍ୱାରା ନିର୍ମିତ ଡ୍ରୋନ୍ ବ୍ୟବହାର କରିଥିଲା । ଯଦି ରିପୋର୍ଟ ସତ ହୋଇଥାଏ ତେବେ ଏହା ପ୍ରଥମ ଘଟଣା ହେବ ଯେଉଁଠି ବ୍ରିଟିଶ ଟେକନିକ୍ରେ ନିର୍ମିତ ଡ୍ରୋନ୍ ରୁଷ୍ ଉପରେ ଆକ୍ରମଣ ଲାଗି ବ୍ୟବହୃତ ହୋଇଛି।

ବ୍ରିଟେନରେ ଅବସ୍ଥାପିତ ରୁଷ୍ ଦୂତାବାସ ପକ୍ଷରୁ କୁହାଯାଇଛି, ଲଣ୍ଡନ ଜାଣିଶୁଣି ୟୁକ୍ରେନ୍ ସଙ୍କଟକୁ ଅଧିକ ଉତ୍ତେଜିତ କରୁଛି। ଏପରି କରି ବ୍ରିଟେନ୍ ରୁଷକୁ ଅଧୂକ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଛି । ଏହାର ପରିଣାମ ଭୟଙ୍କର ଏବଂ ବ୍ରିଟେନକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ବ୍ରିଟେନ ୟୁକ୍ରେନ୍ ଏହାର ପରିଣାମ ଭୋଗିବ ।

ଏହା ଭିତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ କହିଛନ୍ତି, ବ୍ରିଟେନ ଯାହା ଦୀର୍ଘ ଦିନରୁ କହି ଆସୁଥିଲା ତାହା କରୁଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନେତୃତ୍ବରେ ହେଉଥିବା ଏହି ବେଆଇନ ଯୁଦ୍ଧ ବିରୋଧରେ ବ୍ରିଟେନ୍ ୟୁକ୍ରେନକୁ ଶତପ୍ରତିଶତ ସମର୍ଥନ ଦେଉଛି। ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି, ବ୍ରିଟେନ୍ ୟୁକ୍ରେନ ସହ ମଜୁଭତ ଭାବେ ଛିଡ଼ା ହୋଇଛି। ରୁଷ୍ ଆକ୍ରମଣ ବିରୋଧରେ ନିଜର ରକ୍ଷା କରିବା ଲାଗି ୟୁକ୍ରେନକୁ ଯେଉଁ ଅସ୍ତ୍ରଶସ୍ତ୍ର ଆବଶ୍ୟକ ବ୍ରିଟେନ ତାହା ଯୋଗାଇବା ଜାରି ରଖୁବ । ବ୍ରିଟେନର ବିଦେଶ ନୀତିକୁ ନେଇ ରୁଷକୁ କୌଣସି ଭୁଲ୍ ଧାରଣା ହେବା ଉଚିତ ନୁହେଁ।

Also Read :- “ହର୍ମୁଜ ଏବେ ଆମେରିକାର…”, ନୂଆ ନକ୍ସା ପୋଷ୍ଟ କରି ଯୁଦ୍ଧ ନିଆଁରେ ଘିଅ ଢ଼ାଳିଲେ ଟ୍ରମ୍ପ

ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ୍ ଏବଂ ଅନ୍ୟ ସହଯୋଗୀ ଦେଶ ବିରୋଧରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବ୍ରିଟେନ୍ ବିରୋଧ କରିବା ଜାରି ରଖିବ। ପ୍ରକାଶଥାଉ କି, ରୁଷ୍ ବିରୋଧରେ ୟୁକ୍ରେନ୍ ଏହାର ଆକ୍ରମଣ ତୀବ୍ର କରିଛି। ରୁଷ୍ ଆଭ୍ୟନ୍ତରୀଣ ଅଞ୍ଚଳରେ ଦୂରଗାମୀ ମିସାଇଲ ଏବଂ ଶକ୍ତିଶାଳୀ ଡ୍ରୋନ୍ ମାଧ୍ଯମରେ ୟୁକ୍ରେନ୍ ଗତ ଜାନୁଆରୀ ତୁଳନାରେ ଆକ୍ରମଣକୁ ୩ ଗୁଣା ବଢ଼ାଇଛି।



Source link

Leave A Reply

Your email address will not be published.