ମୁମ୍ବାଇ : କୋଟାକ ମହିନ୍ଦ୍ରା ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଶୋକ ଭାସୱାନୀ ୩୧ ଡିସେମ୍ବର ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସମାପ୍ତି ପରେ ପୁନର୍ନିଯୁକ୍ତା ଲାଗି ଆବେଦନ କରିବେନି। କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏହି ସୂଚନା ଦେଇଛି। ଏଣୁ ଭାରତର ଚତୁର୍ଥ ସର୍ବ ବୃହତ୍ତ ଘରୋଇ ଋଣଦାତା ଏବେ ଭସୱାନୀଙ୍କ ଉତ୍ତରାଧିକାରୀ ସନ୍ଧାନ ଆରମ୍ଭ କରିଛନ୍ତି। ବ୍ୟାଙ୍କ କହିଛି ଯେ ଏହି ପ୍ରକ୍ରିୟା ଲାଗୁ ନିୟାମକୀୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ।
ବାର୍କଲେଜ ଓ ସିଟି ଗ୍ରୁପର ପୂର୍ବ ବ୍ୟାଙ୍କର ଭାସୱାନୀ ୧ ଜାନୁୟାରୀ ୨୦୨୪ରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଦାୟିତ୍ୱ ଗ୍ରହଣ କରିଥିଲେ। ଏଥିରେ ଭାସୱାନୀ ଏବେ ଅବସର ଯୋଜନା କରୁଥିବା ବେଳେ ବ୍ୟାଙ୍କର ଉତ୍ତରାଧିକାର ପ୍ରକ୍ରିୟା ଆରମ୍ଭ କରିଦେଇଛି। କୋଟାକ ମହିନ୍ଦ୍ରା ବ୍ୟାଙ୍କ ନିକଟରେ ନିୟାମକୀୟ ଯାଞ୍ଚରୁ ବାହାରକୁ ବାହାରିଛି ବିକାଶକୁ ଗତି ଦେବାଲାଗି ଉଦ୍ୟମ ଆରମ୍ଭ କରିଛି। ଚଳିତମାସ ପ୍ରାରମ୍ଭରେ ଭାସୱାନୀ ଗଣମାଧ୍ୟମକୁ କହିଥିଲେ ଯେ ବ୍ୟାଙ୍କର ଲକ୍ଷ୍ୟ କର-ପଶ୍ଚାତ ଲାଭ ଆଧାରରେ ଭାରତର ତୃତୀୟ ସର୍ବ ବୃହତ୍ତ ଘରୋଇ ଋଣଦାତାରେ ପରିଣତ ହେବା।
ଏଥିରେ ଯଦି ଭାସୱାନୀ ଅବସର ଗ୍ରହଣ କରନ୍ତି ଅନିଶ୍ଚିତ ପ୍ରବନ୍ଧନର ବଡ଼ ଋଣଦାତାଙ୍କ ସୂଚୀରେ ଦେଶର ଆଉ ଏକ ଘରୋଇ ବ୍ୟାଙ୍କ ଯୋଡି ହୋଇଯିବ ବୋଲି ବଜାର ଅନୁସନ୍ଧାନ ଫାର୍ମ ନୁଭାମୀ ଇନଷ୍ଟିଟ୍ୟୁସନାଲ ଇକ୍ୱିଟିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆନନ୍ଦ ଦାମା କହିଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ସେୟାର ମାର୍କେଟରେ ହ୍ରାସ ଆସିପାରେ। କୋଟାକ ମହିନ୍ଦ୍ରା ୨୦୨୫-୨୬ ଚତୁର୍ଥ ତ୍ରୈମାସିକରେ ନିଜ ନିଟ୍ ଲାଭରେ ୧୩% ବୃଦ୍ଧି ରେକର୍ଡ କରିଛି।
