Voice of Eastern India

‘ବନ୍ଦେ ମାତରମ’ ସ୍ଥାନରେ ତାମିଲନାଡୁରେ ଗାନ ହେବ ‘ତାମିଲ ଥାଇ ୱାଇଥୁ’, ବିଧାନସଭାରେ ଗୃହୀତ ହେଲା ସର୍ବସମ୍ମତ ପ୍ରସ୍ତାବ


ଚେନ୍ନାଇ: ଚଳିତବର୍ଷ ଦେଶର ସଂସଦରେ ଯେଉଁ ପ୍ରକାର ସବୁ ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର ଗାନ ଅନିବାର୍ଯ୍ୟ କରିବା ଲାଗି ଆଇନ ଗୃହୀତ କରାଯାଇଛି ସେହି ଅନୁସାରେ ତାମିଲନାଡୁ ବିଧାନସଭା ସୋମବାର ରାଜ୍ୟରେ ସରକାରୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ତାମିଲ ଥାଇ ୱାଇଥୁ’ ଗାନର ଆଦେଶ ଲାଗୁ କରି ଏକ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ କରିଛି। ବିଧାନସଭାରେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ଉପସ୍ଥାପନ କରିଥିବା ବେଳେ ଗୃହରେ ଏହାକୁ ଡିଏମକେ ଓ ଏଆଇଡିଏମକେ ମଧ୍ୟ ସମର୍ଥନ କରିଛନ୍ତି। ସେମାନେ ସରକାରଙ୍କ ଏହି ଆଭିମୁଖ୍ୟକୁ ମଧ୍ୟ ସମର୍ଥନ କରିଛନ୍ତି ଯେଉଁଥିରେ ରାଜ୍ୟଗୀତକୁ ସରକାରୀ ଉତ୍ସବରେ ଗାନ କରାଯାଉଥିବା ଗୀତର ଶୀର୍ଷ ସ୍ଥାନରେ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ବିଜୟ ପ୍ରସ୍ତାବ ଉପସ୍ଥାପନ କରି କହିଛନ୍ତି ଯେ ତାଙ୍କ ସରକାର ତାମିଲନାଡୁର ଭାଷା ଓ ସାଂସ୍କୃତିକ ଅଧିକାର ଉପରେ କୌଣସି ବୁଝାମଣା କରିବେ ନାହିଁ। ବିଜୟ କହିଛନ୍ତି ଯେ ‘ତାମିଲ ଥାଇ ୱାଇଥୁ’ ଗାନ ରାଜନୈତିକ ପ୍ରଣାଳୀ ଅଥବା ଭାରତର ଏକତା ବିରୋଧରେ ନୁହେଁ। ଏଣୁ ଏହି ଦାବିକୁ ରାଜନୈତିକ ବିତର୍କରେ ପରିବର୍ତିତ କରିବାର ଆବଶ୍ୟକତା ନାହିଁ। ପ୍ରସ୍ତାବ ଅନୁସାରେ ରାଜ୍ୟଗୀତକୁ ତାମିଲନାଡୁରେ ଶିକ୍ଷଣାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଓ ସାର୍ବଜନିକ କ୍ଷେତ୍ରର ଉପକ୍ରମରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାନ କରାଯିବ। ଏହି ପଦକ୍ଷେପ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ଦେଇଥିବା ପରାମର୍ଶ ପରିପ୍ରେକ୍ଷୀରେ ଉଠା ଯାଇଛି।

ଗୃହମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଜାତୀୟ ଗୀତ ବନ୍ଦେ ମାତରମକୁ ଜାତୀୟ ସଂଗୀତ ପୂର୍ବରୁ ଅଧିକାରୀକ କାର୍ଯ୍ୟକ୍ରମରେ ଗାନ କରାଯିବ। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଥିଲା। ତାମିଲନାଡୁ ସରକାର ୨୩ ନଭେମ୍ବର ୧୯୭୦ରେ ‘ତାମିଲ ଥାଇ ୱାଇଥୁ’ କୁ ଅଧିକାରୀକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାନ ପାଇଁ ଆଦେଶ ଦେଇଥିଲେ। ୧୨ ଡିସେମ୍ବର ୨୦୨୧ରେ ଏହାକୁ ରାଜ୍ୟଗୀତର ମାନ୍ୟତା ମିଳିଥିଲା।

ପ୍ରସ୍ତାବରେ କୁହାଯାଇଛି ଯେ ଏହି ବିଧାନସଭା ଅତ୍ୟନ୍ତ ଗର୍ବର ସହ ରେକର୍ଡ କରୁଛି ଯେ ତାମିଲ ନାଟକ ‘ମନୋନମିୟମ’ ରୁଏହି ତାମିଲ ଗୀତ ଥାଇ ୱାଇଥୁ ନିଆଯାଇଥିଲା। ଯାହାକୁ ୧୮୯୧ ମସିହାରେ ମନୋନମିୟମ ସୁନ୍ଦରଣାର ଲେଖିଥିଲେ। ବାଚସ୍ପତି ଜେ.ସି.ଡି. ପ୍ରଭାକର ଘୋଷଣା କରିଛନ୍ତି ଯେ ପ୍ରସ୍ତାବ ସର୍ବ ସମ୍ମତ ଗୃହୀତ ହେଲା।



Source link

Leave A Reply

Your email address will not be published.