Voice of Eastern India

ଛତ୍ରପୁର ରେଳ ଷ୍ଟେସନରୁ ୩ ନାବାଳିକା ଉଦ୍ଧାର, ଆନ୍ଧ୍ରପ୍ରଦେଶର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାମ କରାଇବାକୁ ନେଉଥିଲା ଦଲାଲ


ଛତ୍ରପୁର: ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ବେଳେ ୩ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ। ଉଦ୍ଧାର ନାବାଳିକାଙ୍କ ମଧ୍ୟରୁ ୨ ଜଣ ପୁରୁଷୋତ୍ତମପୁର ଓ ଛତ୍ରପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଅଞ୍ଚଳର ଦଲାଲ ଏ. ମାଗୁନି ପାତ୍ର ନାବାଳିକାମାନଙ୍କୁ ଲକ୍ଷ୍ମୀ ବସ ଯୋଗେ ଛତ୍ରପୁର ରେଳ ଷ୍ଟେସନକୁ ଆଣିଥିଲା। ସେଠାରୁ ପୁରୀ-ତିରୁପତି ଟ୍ରେନ୍ ଯୋଗେ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ନେବାକୁ ଯୋଜନା ଥିଲା। ତେବେ ଏନେଇ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅଧିକାରୀମାନେ ଛତ୍ରପୁର ରେଳ ଷ୍ଟେସନରେ ପହଞ୍ଚି ନାବାଳିକାମାନଙ୍କୁ ଉଦ୍ଧାର କରିଥିଲେ।

Also Read: ପ୍ରେମିକା ବାହାଘର ଭାଙ୍ଗିବାକୁ ଷଡ଼ଯନ୍ତ୍ର; ବରଘରକୁ ଅଶ୍ଳୀଳ ଫଟୋ ଓ ଚିଠି, ପ୍ରେମିକକୁ ବାନ୍ଧିଲା ପୋଲିସ

ତେବେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଦଲାଲକୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି। ଉଦ୍ଧାର ହୋଇଥିବା ନାବାଳିକାମାନେ ପୂର୍ବରୁ ମଧ୍ୟ ଉକ୍ତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣାପଡ଼ିଛି। କିଛି ଦିନ ପାଇଁ ଘରକୁ ଫେରିବା ପରେ ପୁଣି ସେଠାରେ କାମ କରିବାକୁ ଯାଉଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ସେମାନଙ୍କୁ କାବୁ କରିଥିଲେ । ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗଞ୍ଜାମ ସମେତ ଅନ୍ୟାନ୍ୟ ଜିଲ୍ଲାର ବହୁ ନାବାଳିକା କାମ କରୁଥିବା ନେଇ ମଧ୍ୟ ସୂଚନା ମିଳିଛି।



Source link

Leave A Reply

Your email address will not be published.