Voice of Eastern India

ପିତାଙ୍କ ଶ୍ରାଦ୍ଧ କର୍ମ ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ


କୋଣାର୍କ: ପିତାଙ୍କ ଶ୍ରାଦ୍ଧ କର୍ମ ସାରି ଜଗନ୍ନାଥ ଦର୍ଶନ କରି ଫେରୁଥିଲେ । ହେଲେ ବାଟରେ ଜଗିଥିଲା କାଳ। ଦ୍ରୁତଗାମୀ ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗୋପ କଲେଜ ଛକ ନିକଟରେ । ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ବିନୋଦପଡ଼ା ଗ୍ରାମର ଋଷିକେଶ ମହାପାତ୍ର (୪୪)।

ସୂଚନା ଅନୁସାରେ, ୧୪ ଦିନ ତଳେ ଋଷିକେଶଙ୍କ ବାପାଙ୍କ ନିଧନ ହୋଇଥିଲା। ଏମିତିରେ ପିତାଙ୍କ ଆତ୍ମାର ସଦଗତି ଆଶାରେ ସେ ପରିବାର ସଦସ୍ୟଙ୍କ ସହ ସାନଭାଇଙ୍କ ଅଟୋରେ ପୁରୀ ଆସିଥିଲେ। କାଳିଆ ସାଆନ୍ତଙ୍କୁ ଦର୍ଶନ ସାରି କୋଣାର୍କ ଦେଇ ଗାଁକୁ ଫେରୁଥିବା ବେଳେ ଏକ ପିକଅପ୍ ଭ୍ୟାନ୍ ସେମାନଙ୍କ ଅଟୋକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଏଥିରେ ଋଷିକେଶଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଅନ୍ୟ ୭ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ସେପଟେ ଦୁର୍ଘଟଣା ପରେ ପିକଅପ୍ ଭ୍ୟାନଟି ଫେରାର ହୋଇଯାଇଥିବା ବେଳେ, ଗୋପ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ବାପାଙ୍କ ମୃତ୍ୟୁର ୧୪ ଦିନରେ ପୁଅର ଏଭଳି ବିୟୋଗ ରଣପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।



Source link

Leave A Reply

Your email address will not be published.