Voice of Eastern India

ଟ୍ରମ୍ପ ସେନାକୁ ଚକ୍‌ମା ଦେବେ ଇରାନ୍‌ର ମହିଳା, ଆରମ୍ଭ ହେଲା ଜୋରଦାର ଟ୍ରେନିଂ


ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ବଢ଼ୁଥିବା ବିପଦକୁ ଦେଖ ଇରାନର ମହିଳାମାନେ ଏବେ ସାମରିକ ପ୍ରଶିକ୍ଷଣ ନେଉଛନ୍ତି । ବନ୍ଧୁକ ଚଳାଇବା ସହ ମିସାଇଲ ମାଡ଼ କରିବାର କୌଶଳ ଶିଖୁଛନ୍ତି ଇରାନ୍‌ର ମହିଳା । ଜାନଫଦା ବା ଇରାନ ପାଇଁ ଆତ୍ମବଳିଦାନ ଅଭିଯାନ ମାଧ୍ୟମରେ ଯୋଗ୍ୟ ମହିଳାମାନେ ଏହି ପ୍ରଶିକ୍ଷଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ତେହେରାନର ଇମାମ ହୋସେନ୍ ସ୍କୋୟାରଠାରେ ମହିଳାମାନଙ୍କ ପାଇଁ ଏହି ପ୍ରଥମ ସାମରିକ ପ୍ରଶିକ୍ଷଣ ଶିବିରର ଆୟୋଜନ ହୋଇଥିଲା।

ଆମେରିକା ପକ୍ଷରୁ ହେବାକୁ ଥିବା ସମ୍ଭାବ୍ୟ ସ୍ଥଳପଥ ଆକ୍ରମଣର ମୁକାବିଲା ପାଇଁ ଇରାନ ସାରା ଦେଶରେ ସାଧାରଣ ନାଗରିକମାନଙ୍କୁ ସଂଗଠିତ କରୁଛି। ଏହି ତାଲିମ ଶିବିରରେ ମହିଳାମାନଙ୍କୁ ରାଇଫଲ, handgun ଚାଳନା ନେଇ ତାଲିମ ଦିଆଯାଉଛି । ଏହା ସହିତ ଜରୁରୀକାଳୀନ ଓ ସଙ୍କଟଜନକ ପରିସ୍ଥିତିର ସାମ୍ନା କରିବାର କୌଶଳ ଶିଖାଯାଉଛି।

ଏହି ଅଭିଯାନର ମୁଖପାତ୍ର ସାସାନ ଜାରେ ସୂଚନା ଦେଇଛନ୍ତି ଯେ, ଇରାନରେ ରହୁଥିବା ଅନେକ ବିଦେଶୀ ନାଗରିକ ଏବଂ କେତେକ ଆମେରିକୀୟ ନାଗରିକ ମଧ୍ୟ ଇରାନ ଜନସାଧାରଣଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଶତ୍ରୁ ବିରୋଧରେ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ୪୫ ବର୍ଷୀୟା ମହିଳା ରାହେଲେହ ଘାଦିରୀଙ୍କ କହିଛନ୍ତି, ଯୁଦ୍ଧ ସମୟରେ ନିଜ ପରିବାର ଓ ଆଖପାଖ ଅଞ୍ଚଳର ସୁରକ୍ଷା ପାଇଁ ଏହି ଅସ୍ତ୍ରଶସ୍ତ୍ର ତାଲିମ ତାଙ୍କ ଭୟ ଦୂର କରିବାରେ ସାହାଯ୍ୟ କରୁଛି। ପୂର୍ବରୁ ସେପ୍ଟେମ୍ବର ମାସରେ ତେହେରାନରେ ଆୟୋଜିତ ଏକ ବିଶାଳ ରାଲିରେ ଲକ୍ଷାଧିକ ଲୋକ ଏହି ‘ଜାନଫଦା’ ଅଭିଯାନରେ ସାମିଲ ହୋଇଥିଲେ।

ଅପରପକ୍ଷରେ, ଆମେରିକା ନିଜର ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର୍ ‘USS ଥିଓଡୋର ରୁଜଭେଲ୍ଟ’କୁ ପାରସ୍ୟ ଉପସାଗର ଆଡ଼କୁ ପଠାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ଖୁବଶୀଘ୍ର କଠୋର ନିଷ୍ପତ୍ତି ନିଆଯାଇପାରେ ବୋଲି ସଙ୍କେତ ଦେଇଛନ୍ତି। ଏହାର ଜବାବରେ ଇରାନ ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ୍ ଅଲୀ ଅବଦୁଲ୍ଲାହୀ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ବିରୋଧରେ ନୂଆ ଯୁଦ୍ଧ ଆରମ୍ଭ ହୁଏ, ତେବେ ଏହାର ଭୟଙ୍କର ପରିଣାମ ସମଗ୍ର ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ବ୍ୟାପିବ।



Source link

Leave A Reply

Your email address will not be published.