Voice of Eastern India

ଦେଶରେ ଚିନି ଦର ବୃଦ୍ଧିର କାରଣ E-20 ଇନ୍ଧନ! ଜାଣନ୍ତୁ ଇଥାନଲ ପାଇଁ ଆଖୁରୁ ମିଳୁଛି କେତେ ପ୍ରତିଶତ କଞ୍ଚାମାଲ?


ନୂଆଦିଲ୍ଲୀ: ଭାରତର ଚିନି ବଜାର ଏବେ ଅଭୂତପୂର୍ବ ସଂକଟର ସମ୍ମୁଖୀନ ହୋଇଛି। ଚିନି ଉତ୍ପାଦନ ନିମନ୍ତେ ଦେଶ ପର୍ଯ୍ୟାପ୍ତ ଆଖୁ ଚାଷ ହେଉଛି, ହେଲେ ସରକାରଙ୍କ ମହତ୍ୱାକାଙକ୍ଷୀ ଇଥାନଲ ଉତ୍ପାଦନ ପାଇଁ ଶହଶହ ଡିଷ୍ଟିଲାରୀ ସ୍ଥାପିତ ହୋଇଥିବା ବେଳେ ଘରୋଇ ଯୋଗାଣ ଆବଶ୍ୟକତା ପୂରଣ ପାଇଁ ସରକାର ବିଦେଶକୁ ଚିନି ରପ୍ତାନୀ ବନ୍ଦ କରିଛନ୍ତି, ଏହା ସତ୍ତ୍ୱେ ଦେଶରେ ଚିନି ଦର ଏବେ ରେକର୍ଡ ସ୍ତରକୁ ପହଞ୍ଚିଛି। ଏଣୁ ନୂଆଦିଲ୍ଲୀକୁ ଏବେ ଏପରି ବିକଳ୍ପ ବିଷୟରେ ଚିନ୍ତା କରିବାକୁ ପଡୁଛି ଯାହା ଦୀର୍ଘ ଦଶନ୍ଧୀରୁ ବନ୍ଦ ଥିଲା, ତାହା ହେଉଛି ଚିନି ଆମଦାନୀ। ତେବେ ବିଶେଷଜ୍ଞ ଏହି ସଂକଟର ମୁଖ୍ୟ କାରଣ ଇଥାନଲ ବୋଲି କହୁଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ ଚିନି ଆମଦାନୀ ପୂର୍ବରୁ ପ୍ରସ୍ତୁତି ରୂପେ ଏହି ସାମଗ୍ରୀ ଉପରେ ଥିବା ୧୦୦% ଆମଦାନୀ ଶୁଳ୍କ ହଟାଇବା କଥା ବିଚାର କରୁଥିଲା। ଆଗକୁ ଭାରତରେ ପାର୍ବଣ ଋତୁ, ଏଥିରେ ଚିନି ମହଙ୍ଗା ହେବା ପାର୍ବଣରୁ ମିଠାକୁ ଫିକା ନ କରିବ ତାହା କୁହାଯାଇ ପାରୁନି। ଏଥିରେ ଭାରତ ଏବେ ଇ-୨୦ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାରୁ ଦେଶରେ ବଢୁଥିବା ଆଖୁଚାଷକୁ ଇଥାନଲ ଉତ୍ପାଦନ ଲାଗି ଉପଯୋଗ କରି ଦିଆଯାଉଛି। ଏଣୁ ଦେଶରେ ଇନ୍ଧନ ସୁରକ୍ଷା ଓ ଖାଦ୍ୟ ମୂଲ୍ୟ ମଧ୍ୟରେ ଏକ ଜଟିଳ ନୀତିଗତ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ହୋଇପଡିଛି।

ଭାରତର ମୁଖ୍ୟ ଚିନି ବ୍ୟବସାୟ ବଜାର ମହାରାଷ୍ଟ୍ରର କୋହ୍ଲାପୁରରେ ଚିନିର ପାଇକାରୀ ମୂଲ୍ୟ ଅଗଷ୍ଟ ଆରମ୍ଭରୁ ପାଖାପାଖି ୨୦% ବଢି ରେକର୍ଡ ୫,୩୦୦ ଟଙ୍କା ପ୍ରତି କ୍ୱିଣ୍ଟଲକୁ ପହଞ୍ଚି ଯାଇଛି। ଖାଉଟି ବ୍ୟାପାର ବିଭାଗ ତଥ୍ୟ ଅନୁସାରେ ୧୮ ଅଗଷ୍ଟ ମଙ୍ଗଳବାର ଚିନିର ସର୍ବ ଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ପ୍ରତି କେଜି ୫୨ଟଙ୍କା ୩୦ ପଇସାକୁ ପହଞ୍ଚିଛି। ତେବେ କିଛି ବଜାରରେ ଚନିମୂଲ୍ୟରେ ତୀବ୍ର ବୃଦ୍ଧି ଦେଖା ଯାଇଛି। ଏଥିରେ ପଞ୍ଜାବରେ ପ୍ରତି କେଜି ଚିନି ଦର ୬୫ଟଙ୍କାକୁ ପହଞ୍ଚିଥିବା ବେଳେ ମୁମ୍ବାଇ, ଭୋପାଲ ଓ ଅନ୍ୟ ବଜାରରେ କେଜି ପିଛା ଦର ୫୮ରୁ ୬୩ ଟଙ୍କାରେ ରହିଛି।

ଦେଶରେ ଆଗକୁ ଗଣେଶ ପୂଜା, ଦଶହରା ଓ ଦୀପବଳି ପର୍ବ ପାଳିତ ହେବ। ଏଣୁ ସରକାର ଚିନି ଦର ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇଛନ୍ତି,ଯେପରି ଚିନି ଦର ବୃଦ୍ଧିର ପ୍ରଭାବ ଆଗକୁ ପାର୍ବଣ ଉପରେ ନ ପଡେ। ଏଥିରେ ଏବେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଏ କଥାର ସନ୍ତୁଳନ ରକ୍ଷା କରିବାକୁ ପଡିବ ଯେପରି ଇଥାନାଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ପାଇଁ ଚିନି ଭଳି ଅନ୍ୟ ଖାଦ୍ୟପଦାର୍ଥର ଦର ବଢି ନଯାଏ। ଦେଶରେ ଚିନି ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଯୋଗାଣ ବାଧିତ ହେବା। ଅଶୋଧିତ ତୈଳ ଆମଦାନୀ ପାଇଁ ଭାରତ ବିଦେଶ ନିର୍ଭରତା ହ୍ରାସ ନିମନ୍ତେ ନିଜର ଇ-୨୦ ଲକ୍ଷ ହାସଲ ପାଇଁ ଆଖୁଚାଷରୁ ଇଥାନଲ ଉତ୍ପାଦନ ଦିଗରେ ଆଗକୁ ବଢୁଛି।

ଏହି ଉଦ୍ଦେଶ୍ୟ ପାଇଁ ସରକାର ଦେଶରେ ଡିଷ୍ଟିଲାରୀ ସଂଖ୍ୟା ବୃଦ୍ଧି ଲାଗି ଗୁରୁତ୍ୱ ଦେଉଛନ୍ତି। ଏଣୁ ଅଲ ଇଣ୍ଡିଆ ଡିଷ୍ଟିଲାରୀ ଆସୋସିଏସନ (ଏଆଇଡିଏ) ବାର୍ଷିକ ଇଥାନଲ ଉତ୍ପାଦନ କ୍ଷମତା ୧,୮୨୨ କୋଟି ଲିଟରକୁ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏକ ତଥ୍ୟ ଅନୁସାରେ ଆଖୁରୁ ଇଥାନଲା ଲାଗି ୩୦-ରୁ୩୫%କଞ୍ଚାମାଲ ମିଳି ଯାଉଛି। ବାକି କଞ୍ଚାମାଲ ଚାଉଳ ଓ ମକ୍କାରୁ ମିଳୁଛି। ଏହି ପରିବର୍ତ୍ତନର ପ୍ରଭାବ ଏବେ ଚିନି ବଜାର ଉପରେ ପଡିଛି।



Source link

Leave A Reply

Your email address will not be published.