Voice of Eastern India

ତରବରିଆ ଭାବେ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାକୁ ଯାଇ ଭୁଲ୍ ହୋଇଛି




ଭୁବନେଶ୍ବର ୧୯।୬: ତ୍ରୁଟି ଥିବା ପାଠ୍ୟପୁସ୍ତକ ବଦଳରେ ନୂଆ ସଂଶୋଧିତ ପାଠ୍ୟପୁସ୍ତକ ଯୋଗେଇ ଦେବା ଦରକାର । ଏଭଳି କହିଛନ୍ତି ପୂର୍ବତନ SCERT ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ । ପାଠ୍ୟପୁସ୍ତକ ପ୍ରକାଶନ ପାଇ ଷ୍ଟିୟରିଂ କମିଟି, ଏକ୍ସପର୍ଟ କମିଟି, କୋର୍ କମିଟି ରହିଛି, ହେଲେ ସଠିକ୍ ଭାବେ ସମ୍ପାଦନା ହୋଇନାହିଁ । ତରବରିଆ ଭାବେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଲାଗୁ କରିବାକୁ ଯାଇ ଭୁଲ୍ ହୋଇଛି ।

ବହି ଛପା ପାଇଁ ବିଭିନ୍ନ ସ୍ତରରେ ପୁସ୍ତକ ଛପାଇବା ପାଇଁ ନିର୍ଦ୍ଦେଶ ନାମା ହେବା କଥା । ହେଲେ କେଉଁଠି ନା କେଉଁଠି ଏହା ଭୁଲ ହୋଇଛି । ସମ୍ପାଦନ ମଣ୍ଡଳୀ ସହ ପ୍ରୁଫ ରିଡିଂ କରିନାହାନ୍ତି । DTP ଟାଇପିଷ୍ଟ ଯାହା ଲେଖିଦେଲେ ତାହା ଛପେଇ ଦିଆଯାଇଛି । ପିଲାଙ୍କୁ ଭୁଲ ବହି ଦେଇ ତାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଦେବା ଠିକ୍ ନୁହେଁ । ଏହା ମୁଦ୍ରଣଗତ ତ୍ରୁଟି ନୁହେଁ ଏହା ତଥ୍ୟ ପ୍ରଦାନ ଜନିତ ତ୍ରୁଟି ।

Also Read:- ମନ୍ତେଇ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ରୋଡ୍ ସର୍ଭେ ବେଳେ ଭାସିଯାଇଥିଲେ

ଟଙ୍କା ଖର୍ଚ୍ଚ ହେଉ ପଛେ ତ୍ରୁଟି ଶୂନ୍ୟ ବହି ପିଲାଙ୍କୁ ଯୋଗେଇ ଦିଆଯାଉ । ଏତେ ସଂଖ୍ୟକ ତ୍ରୁଟି କେବେ ହୋଇନି । ୧୬୬୮ ନୁହେଁ ତାଠାରୁ ଅଧିକ ତ୍ରୁଟି ହୋଇଛି । ଭୁଲ୍ ବହି ଦେଇ କୋମଳମତି ପିଲାଙ୍କ ଭବିଷ୍ୟତ ନଷ୍ଟ କରନ୍ତୁ ନାହିଁ ବୋଲି ନିହାର ରଞ୍ଜନ ପଟ୍ଟନାୟକ କହିଛନ୍ତି ।



Source link

Leave A Reply

Your email address will not be published.