ବାଲେଶ୍ୱର ୨୩।୧୧: ବାଲେଶ୍ୱର ପବ୍ଲିକ ସରକାରୀ ହାଇ ସ୍କୁଲରେ ଅଘଟଣ । ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟିକୁ ନେଇ ବଚସା ହୋଇଥିଲା । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଛୁରୀରେ ଆକ୍ରମଣ ଫଳରେ ଛାତ୍ରଙ୍କ ବେକରେ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ଶିକ୍ଷକ, ଶିକ୍ଷୟିତ୍ରୀ ପହଞ୍ଚି ସ୍ଥିତିକୁ ଦେଖି ଆହତ ଛାତ୍ରଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
