Voice of Eastern India

ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ, R&B କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ


ଜଗତସିଂହପୁର: ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ଗିରଫ ହେଲେ ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ଜିଇଡିର କନିଷ୍ଠ ଯନ୍ତ୍ରୀ ସୋମା ଦାସ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରୋହିଆ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଏଷ୍ଟିମେଟ କରାଇ ଦେବା ପାଇଁ ଜନୈକ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଯନ୍ତ୍ରୀ ସୋମାଙ୍କ ସିଡିଏ ସେକ୍ଟର- ୨ ସ୍ଥିତ ଭଡ଼ା ଘର, ଛତିଶଗଡ଼ରେ ଥିବା ସ୍ବାମୀଙ୍କ ଘର, ତାଳଚେର ସ୍ଥିତ ନିଜ ବାପ ଘର ସହିତ ଜଗତସିଂହପୁର ପୂର୍ତ୍ତ ବିଭାଗ ମଧ୍ୟରେ ଥିବା ସୋମାଙ୍କ ଅଫିସରେ ଏକା ସାଙ୍ଗରେ ଚଢ଼ାଉ ଚାଲିଛି।

Also Read: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା : ଘରେ ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ସୁନା, ଗଦେଇଛନ୍ତି ହାତୀ ମୂର୍ତ୍ତି

ରୋହିଆ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଏଷ୍ଟିମେଟ କରାଇ ଦେବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ସୋମା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ସମ୍ପୃକ୍ତ ଠିକାଦାର ଜଗତସିଂହପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଶୁକ୍ରବାର ସଂଧ୍ୟାରେ ଯନ୍ତ୍ରୀ ସୋମା ଦାସ ନିଜ ଅଫିସ ଚାମ୍ବରରେ ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଭିଜିଲାନ୍ସ ଟିମ ସୋମାଙ୍କୁ ଧରିଥିଲା।



Source link

Leave A Reply

Your email address will not be published.