Voice of Eastern India

ଜୁନ ମାସରେ ସର୍ଭେ ହେଲେ, ଧାନ କିଣା ଆରମ୍ଭ ହେବ କେବେ ? ଚାଷୀଙ୍କ ସହ ଲୁଚକାଳି ଖେଳୁଛି ପ୍ରଶାସନ


ଝାରସୁଗୁଡ଼ା: ପ୍ରଥମେ କୁହାଗଲା ଚଳିତ ବର୍ଷ ଠାରୁ ବୁଡି ଜମି ଚାଷୀଙ୍କ ରବି ଧାନ କିଣିବେ ନାହିଁ ସରକାର। ଚାଷୀ ତାତିଲେ। ଆଉ ଚାଷୀ ଅସନ୍ତୋଷକୁ ଦେଖି ସରକାର ନୂଆ ନିର୍ଦ୍ଦେଶ ଦେଲେ ରବି ଧାନ ବିକ୍ରି ପାଇଁ ହେବ ସର୍ଭେ। ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳଙ୍କ ନିକଟକୁ ଏନେଇ ଆସିଛି ଚିଠି। ତେବେ ଧାନ କିଣାକୁ ନେଇ ଚାଷୀଙ୍କ ସହ ଲୁଚକାଳି ଖେଳୁଛି କି ପ୍ରଶାସନ।

ଜୁନ ମାସରେ ସର୍ଭେ ହେଲେ, ଧାନ କିଣା ଆରମ୍ଭ ହେବ କେବେ ? ବୁଡି ଜମିରେ ଲଖନପୁର ବ୍ଲକର ପ୍ରାୟ ୨ ହଜାର ଚାଷୀ ୨୨ ହଜାର ଏକରରୁ ଅଦିକ ଜମି ଚାଷ କରିଥିବା ବେଳେ ମେ ମାସରୁ ଅମଳ କରିସାରିଲେଣି l ଗତ ବର୍ଷ ୭୯୬ ଚାଷୀଙ୍କ ପଞ୍ଜିକରଣ ସହ ଧାନ କିଣିଥିଲେ ସରକାର l ହେଲେ ଏବର୍ଷ ଧାନ କିଣାଯିବ ନାହିଁ ବୋଲି ସରକାର ଚିଠି କରିବା ପରେ ବୁଡି ଜମିରେ ଅମଳ ଧାନକୁ ଶାଗ ମାଛ ଦରରେ ଛତିଶଗଡ ଦଲାଲଙ୍କୁ ଚାଷୀ ବିକ୍ରି କରୁଛନ୍ତି l ଝାରସୁଗୁଡା ସୀମାନ୍ତରେ ସକ୍ରିୟ ଛତିଶଗଡ ଦଲାଲ୍ କ୍ବିଣ୍ଟାଲ ପିଛା ୩୧୦୦ ନୁହେଁ, ଅଧା ଦରରେ ୧୬୦୦ ଟଙ୍କାରେ ଚାଷୀଙ୍କ ଧାନ କିଣି ନେଉଛନ୍ତି।

Also Read: ମହିଳା ସରପଞ୍ଚଙ୍କୁ ଅତ୍ୟାଚାର ପ୍ରସଙ୍ଗରେ ବର୍ଷିଲେ ନବୀନ; କହିଲେ- ବିଜେପି ଶାସନରେ ଆଇନ କ’ଣ ସମସ୍ତଙ୍କ ପାଇଁ ଅଲଗା ?

ତେବେ ଚାଷୀଙ୍କ ଅବସ୍ଥା ଓ ଦଲାଲଙ୍କ ଶୋଷଣ ନେଇ ନ୍ୟୁଜ୍ 7 ଖବର ପ୍ରସାରଣ କରିବା ପରେ ଚାଷୀମାନେ ସଂଗଠିତ ହୋଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ପାଇ ଯୋଗାଣ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏକ ଚିଠି ଆସିଛି ଚାଷୀଙ୍କ ସର୍ଭେ ପାଇଁ l ଚାଷୀ କେତେ ଜମିରେ ଚାଷ କରିଛନ୍ତି ଓ କେତେ ଧାନ ଅମଳ କରିଛନ୍ତି ସର୍ଭେ ପରେ ଧାନ ବିକ୍ରି ପାଇଁ ଅନୁମତି ଦିଆଯିବ ବୋଲି ବିଭାଗ ଚିଠିରେ ଉଲ୍ଲେଖ କରିଛି।ତେବେ ଜୁନ ମାସରେ ସର୍ଭେ ହେଲେ ଧାନ କେବେ ବିକିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।

ଚାଷୀଙ୍କ କହିବା କଥା ୧୯୫୬ରୁ ହୀରାକୁଦ ବନ୍ଧ ନିର୍ମାଣ ପାଇଁ ଶାଗମାଛ ଦରରେ ଏହି ଜମି ଅଧିଗ୍ରହଣ କରାଯାଇଥିଲା l ହେଲେ ଖରାଦିନେ ପାଣି ଶୁଖି ଯାଉଥିବାରୁ ବା ଅନେକ ଜମି ଜଳ ମଗ୍ନ ହେଉନଥିବାରୁ ବଂଶାନୁକ୍ରମିକ ଭାବେ ଚାଷୀ ମାନେ ଏଠାରେ ଚାଷ କରୁଛନ୍ତି l ୨୦୧୯ରୁ ମଣ୍ଡିରେ ଧାନ ବିକ୍ରି କରୁଥିଲେ ଏହି ଚାଷୀ ମାନେ l ହେଲେ ଏଥର ପ୍ରଥମ କରି ସରକାର ଧାନ ନେବେ ନାହିଁ ବୋଲି ଶୁଣାଇ ଥିଲେ, ଫଳରେ ଅଧାରୁ ଅଧିକ ଚାଷୀ ନିଜ ଧାନ ଦଲାଲଙ୍କୁ ବିକ୍ରି କରି ସାରିଥିବା ବେଳେ କିଛି ଚାଷୀଙ୍କ ବସ୍ତା ବସ୍ତା ଧାନ ଖୋଲା ଆକାଶ ତଳେ ପଡିଛି l

Also Read: କୁରାଢ଼ୀରେ ହାଣି ମାଆକୁ ମାରିଦେଲା ପୁଅ, ମାନସିକ ଭାରସାମ୍ୟ ହରାଇଥିବା କହିଲେ ବାପା

ତେଣୁ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି l ହୀରାକୁଦ ନଦୀବନ୍ଧ ନିର୍ମାଣରେ ନିଜର ଜମି, ଘର ସବୁ ଦେଲେ।ସେମାନଙ୍କ ହକ ଆଜିଯାଏ ମିଲଲା ନାହିଁ।ଏବେ ପୁଣି ଧାନ କିଣାକୁ ନେଇ ଚାଷୀଙ୍କ ସହ ଲୁଚକାଳି ଖେଳୁଛି ପ୍ରଶାସନ।



Source link

Leave A Reply

Your email address will not be published.