Voice of Eastern India

ଇଶିତା ସାଙ୍ଗୱାନ ହେଲେ NDAର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ୍, ରଚିଲେ ଇତିହାସ


ହାଇଦ୍ରାବାଦ: ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଯାଇଛି। ହରିୟାଣାର ଝିଅ ଇଶିତା ସାଙ୍ଗୱାନ ନ୍ୟାସନାଲ ଡିଫେନ୍ସ ଆକାଡେମୀ (ଏନଡିଏ)ର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ ହୋଇ ଇତିହାସ ରଚିଛନ୍ତି। ଇଶିତା ଇଣ୍ଡିଆନ ଏୟାରଫୋର୍ସ (ଆଇଏଏଫ)ରେ ଫାଇଟର ପାଇଲଟ ହୋଇ ନିଳ ଆକାଶ ଛୁଇଁବାର ସ୍ୱପ୍ନ ପୂରା କରିଛନ୍ତି। ଇଶିତା ଯେତେବେଳେ ଦ୍ୱାଦଶ ପଢୁଥିଲେ ସେତେବେଳେ ସୁପ୍ରିମକୋର୍ଟ ଝିଅଙ୍କ ସପକ୍ଷରେ ରାୟ ଦେଇ ଏନଡିଏ ପରୀକ୍ଷାରେ ମହିଳାଙ୍କୁ ବସିବାର ଅନୁମତି ଦେଇଥିଲେ। ଇଶିତା ସାଙ୍ଗୱାନଙ୍କୁ ଏହି ଉପଲବ୍ଧି ସୁପ୍ରିମକୋର୍ଟ ରାୟର ୫ ବର୍ଷ ପରେ ମିଳିଛି।

ଇଶିତା ସାଙ୍ଗୱାନ ହାଇଦ୍ରାବାଦର ଡୁଣ୍ଡିଗଲସ୍ଥିତ ଏୟାରଫୋର୍ସ ଏକାଡେମୀରେ ଆୟୋଜିତ କମ୍ବାଇନଡ୍ ଗ୍ରାଜୁଏସନ ପାସିଂ ଆଉଟ୍ ପରେଡରେ କମିଶନ ହାସଲ କରିଛନ୍ତି। ଏହି ପରେଡରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଭାରତୀୟ ବାୟୁସେନାରେ କମିଶନ ହାସଲ କରିବାରେ ମୋଟ ୨୩୧ କ୍ୟାଡେଟଙ୍କ ମଧ୍ୟରେ ୧୯୪ ଜଣ ପୁରୁଷ ଥିବା ବେଳେ ୩୭ ଜଣ ମହିଳା ଅଛନ୍ତି। ଇଶିତା ତାଙ୍କ ଗ୍ରୁପର ସେହି ଦୁଃସାହାସୀ ମହିଳାଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ସାମରିକ ଉଡାଣର ସବୁଠୁ କଠିନ କ୍ଷେତ୍ର ଅର୍ଥାତ ଫାଇଟର ପାଇଲଟ ରୂପେ ଉଡିବାକୁ ବିକଳ୍ପ ବାଛିଛନ୍ତି।

ଇଶିତା ମୂଳତଃ ହରିୟାଣା ଚରଖି ଦାଦରୀସ୍ଥିତ ଚପାର ଗାଁର ବାସିନ୍ଦା। ତେବେ ତାଙ୍କ ବାଲ୍ୟକାଳ ରାଜସ୍ଥାନରେ କଟିଥିଲା। ତାଙ୍କ ପିତା ଚରଣ ସିଂହ ସଙ୍ଗୱାନ ଜଣେ ଘରୋଇ ସ୍କୁଲ ଶିକ୍ଷକ ଓ ତାଙ୍କ ମା ହିନ୍ଦୀ ଶିକ୍ଷୟିତ୍ରୀ। ତାଙ୍କ ଯମଜ ଆସ୍ଥା ଏମବିବିଏସ୍ ପଢୁଛନ୍ତି। ସେହିପରି ତାଙ୍କ ଭାଇ ଆର୍ୟନ ପୁଣେରେ ଇଞ୍ଜିନିୟରିଂ ପଢୁଛନ୍ତି।



Source link

Leave A Reply

Your email address will not be published.