Voice of Eastern India

ଉଦ୍ଧବଠାକରେଙ୍କ ବଡ଼ ଘୋଷଣା, କହିଲେ-ମୋ ଉପରେ ଯଦି ବିଶ୍ୱାସ ନାହିଁ ମୁଁ ଅଧ୍ୟକ୍ଷ ପଦ ଛାଡିବାକୁ ପ୍ରସ୍ତୁତ


ମୁମ୍ବାଇ : ଶିବସେନା (ୟୁବିଟି)ରେ ଉପୁଜିଥିବା ପରିସ୍ଥିତିରେ ପାର୍ଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପାର୍ଟିରେ ଯଦି ମୋ ଉପରେ ବିଶ୍ୱାସ ଓ ଭରସା ନାହିଁ ତେବେ ମୁଁ ପାର୍ଟି ମୁଖ୍ୟ ପଦବୀ ଛାଡିବାକୁ ପ୍ରସ୍ତୁତ। ପାର୍ଟିର ୬୦ତମ ସ୍ଥାପନା ଦିବସ ଅବସରରେ ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରିବା ଅବସରରେ ଉଦ୍ଧବ ଭାବୁକ ହୋଇ ସମର୍ଥକ ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଏହି କଥା କହିଛନ୍ତି।

ସେ କହିଛନ୍ତି ଯେ ଯଦି ପାର୍ଟି କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ଲାଗୁଛି ସେ ଶିବସେନା ମୁଖ୍ୟ ପଦବୀ ନିମନ୍ତେ ଉପଯୁକ୍ତ ନୁହେଁ ତେବେ ସେ ପଦବୀ ଛାଡିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ମୁଁ କୌଣସି ଯୋଗ୍ୟ ନେତାଙ୍କୁ ଶିବସେନା ମୁଖ୍ୟ କରିବାକୁ ପ୍ରସ୍ତୁତ। ମୁଁ ସଂଘର୍ଷରୁ ପଛକୁ ହଟିଯିବା ଲୋକ ନୁହେଁ, ହେଲେ ଯେଉଁଦିନ ଆପଣଙ୍କୁ ଲାଗିବ ମୁଁ ଏହି ପଦବୀ ନିମନ୍ତେ ଉପଯୁକ୍ତ ନୁହେଁ ସେହି ଦିନ ମୁଁ ଏହି ପଦ ଛାଡିଦେବି। ସେହିପରି ପାର୍ଟି ଭାଙ୍ଗିବା ନେଇ କୁହାଯାଉଥିବା କାରଣ ଲାଗି ମଧ୍ୟ ସ୍ପଷ୍ଟିକରଣ ଦେଇଛନ୍ତି। କହିଛନ୍ତି ଯେ ୩୦ ବର୍ଷର ମେଣ୍ଟ ପରେ ଯେତେବେଳେ ଆମେ ବିଜେପିରେ ପାର୍ଟିକୁ ବିଲୟ କରିଦେଇନେ ଏଥିରେ ଆମେ କଂଗ୍ରେସ ସହିତ ବିଲୟ ହେବା କିପରି?

ପାର୍ଟିର ୬ ସାଂସଦଙ୍କ ବିଦ୍ରୋହ ମଧ୍ୟରେ ଶିବେନା(ୟୁବିଟି) ମୁଖ୍ୟ କହିଛନ୍ତି ଯେ ଶିବ ସୈନିକ ନିରାଶ ନୁହନ୍ତି ବରଂ ସେମାନଙ୍କ ମଧ୍ୟରେ ଝୁଙ୍କ୍ ଭରିଛି। ସେ କହିଛନ୍ତି ଯେ କିଛି ଲୋକେ ହୁଏତ ଭାବୁଥାଇପାରନ୍ତି ମୁଁ ଭାଙ୍ଗିପଡିବି, ହେଲେ ସେପରି କିଛି ହେବାର ନାହିଁ। ସେ କହିଛନ୍ତି ଯେ ମୁଁ କୌଣସି ପରିସ୍ଥିତିରେ ବି ହାର ମାନିବିନି। ଯଦି ମୁଁ ଶିବସେନା କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନଥାନ୍ତି ଓ ପୁରା ମହାରାଷ୍ଟ୍ର ଗସ୍ତ କରିନଥାନ୍ତି ତେବେ ଆମେ ନିର୍ବାଚନ କିପରି ଜିତିଥାଆନ୍ତେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଏବ ଦେଶ ଏବେ ପାର୍ଟି ବିନା ନିର୍ବାଚନ ଆଡକୁ ବଢୁଛି। ଏହା ଗଣତନ୍ତ୍ର ଲାଗି ବିପଦଜନକ। କୌଣସି ରାଜନୈତିକ ଦଳର ସଫଳତାର ଆକଳନ ନିର୍ବାନୀ ଫଳାଫଳରୁ ହେବା ଉଚିତ। ସେ ପୂର୍ବତନ ଗୃହମନ୍ତ୍ରୀ ଇନ୍ଦ୍ରଜିତ ଗୁପ୍ତାଙ୍କ ଉଲ୍ଲେଖ କରି କହିଛନ୍ତି ଯେ ବାଲାସାହେବ ଠାକରେ ତାଙ୍କୁ କହିଥିଲେ ଯେ ଶାସନ ଲାଗି ତାଙ୍କର କୌଣସି ମୋହ ନାହିଁ ଓ ସରକାର ଭାଙ୍ଗିଗଲେ ବି ତାଙ୍କୁ କୌଣସି ଫରକ ପଡିବନି।



Source link

Leave A Reply

Your email address will not be published.