Voice of Eastern India

ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଦାୟିତ୍ଵ ଦେବ ଦଳ ? ପୂର୍ବରୁ ସଫଳତାର ସହ ତୁଲାଇ ସାରିଛନ୍ତି ବଡ଼ ବଡ଼ ଦାୟିତ୍ଵ


ଭୁବନେଶ୍ଵର: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଦାୟିତ୍ବ ଦେବ ଦଳ । ସେ କେବଳ ବିଜେପିରେ ଜଣେ ବରିଷ୍ଠ ନେତା ନୁହଁନ୍ତି ଦଳର ସଂଗଠନ ଏବଂ ସରକାରରେ ତାଙ୍କ ଗୁରୁତ୍ବ କଣ ତାହା ସମସ୍ତେ ଅବଗତ । ତେଣୁ ଆଗକୁ ଦଳ ଧର୍ମେନ୍ଦ୍ରଙ୍କ ଭଳି ଜଣେ ଦକ୍ଷ ସଂଗଠକ ଏବଂ ଧୂରୀଣ ରାଜନେତାଙ୍କୁ କେଉଁ ଦାୟିତ୍ବରେ ରଖିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ଧର୍ମେନ୍ଦ୍ର ଇସ୍ତଫା ଦେବା ପୂର୍ବରୁ ଆଗକୁ ଯେପରି ପେପର ଲିକ୍ ନହେବ ସେଦିଗରେ ଅନେକ ପଦକ୍ଷେପ ନେଇଛନ୍ତି । ବ୍ୟବସ୍ଥାକୁ ସ୍ବଛ , ଉତ୍ତରଦାୟୀ ଏବଂ କଡାକଡି କରିବାକୁ ଏସଂପର୍କିତ ଏକ ଆଇନ ଆଣିବାକୁ ଯାଉଛନ୍ତି ସରକାର ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ତ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଇସ୍ତଫା ଦେବା ପୂର୍ବରୁ ସରକାର ନେଇଥିଲେ ବଡ ପଦକ୍ଷେପ । କକ୍ରୋଚ ଜନତା ପାର୍ଟି ପକ୍ଷରୁ ଆନ୍ଦୋଳନ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟାକୁ ଆଖିରେ ରଖି ନିଟ୍ ପରୀକ୍ଷାରେ ସଂସ୍କାର ଠାରୁ ଆରମ୍ଭକରି ଆଇନ କଡାକଡି କରିବାକୁ କ୍ୟାବିନେଟ ବୈଠକରେ ପ୍ରସ୍ତାବ ପାରିତ କରିଥିଲେ । ନିଟ୍ ପେପର ଲିକ୍ ଯେଭଳି ଆଗକୁ ନହେବ ସେଥିପାଇଁ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିର ୪୭ ଜଣ ଷ୍ଟାଫଙ୍କୁ ବିଦାକରାଯାଇଥିଲା । ଏହାପରେ କେନ୍ଦ୍ର ଶିକ୍ଷା ସଚିବଙ୍କୁ ବଦଳି କରାଯାଇଥିଲା ।

Also Read: ଲଗାତାର ୫ ଥର ସାଂସଦ, କିଏ ଏହି ନୂଆ ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ?

ପ୍ରଧାନମନ୍ତ୍ରୀ ମୋଦି ନିଜେ ସୋସିଆଲ ମିଡିଆକୁ ଆସି ସରକାରଙ୍କ ପ୍ରତିବଦ୍ଧତା ଦେଖାଇଥିଲେ । ଏହାସହ ପେପଲ ଲିକରେ ସଂସ୍ଲିଷ୍ଟ ମାଫିଆଙ୍କୁ ସାବାଡ କରିବାକୁ କଡା ଆଇନ ଆଣିବେ ବୋଲି କହିଥିଲେ । ଏବେ ଯେଉଁମାନେ ପେପଲ ଲିକ୍ ରେ ଧରାପଡିବେ ସେମାନଙ୍କୁ ୧୦ ବର୍ଷ ଯାଏ ଜେଲ୍ ଏବଂ ୧୦ କୋଟି ଟଙ୍କା ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡିବ । ଏସଂପର୍କିତ ଏକ ପ୍ରସ୍ତାବ କ୍ୟାବିନେଟରେ ପାସ କରାଯାଇଥିଲା । ଆଉ ଆସନ୍ତା ସୋମବାର ଦିନ ସରକାର ଏସଂପର୍କିତ ବିଲ୍ ସଂସଦରେ ଆଗତକରିବାକୁ ଯାଉଛନ୍ତି। ଏହାପରେ ବି ଜନ୍ତରମନ୍ତରରେ ଧାରଣାରେ ବସିଥିବା ଆନ୍ଦୋଳନକାରୀ ମାନେ ଜିଦ୍ ରୁ ହଟି ନଥିଲେ । ଦେଶରେ ଯେମିତି ଅରାଜକତା ନବଢିବ ଏବଂ ଦେଶ ବିରୋଧି ତତ୍ବ ଯେମିତି ଏଥିରୁ ଫାଇଦା ନନେବେ ସେଥିପାଇଁ ଇସ୍ତଫା ଦେଇଥିଲେ ଧର୍ମେନ୍ଦ୍ର ।

ତେବେ ପ୍ରଶ୍ନ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ କଣ ରହିବ ଦାୟିତ୍ବ । ସେ କେବଳ ସାଂସଦ ରହିବେ ନା ଦଳ ତାଙ୍କୁ ଆଉ କିଛି ଦାୟିତ୍ବ ଦେବ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଭାରତୀୟ ଜନତା ପାର୍ଟିରେ ଧର୍ମେନ୍ଦ୍ର ଜଣେ ଆଗଧାଡିର ନେତା । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରଠାରୁ ଲଗାତର ସେ ଗୁରୁତ୍ବପୂର୍ଣ ପଦବୀରେ ମନ୍ତ୍ରୀ ରହିଆସିଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଉଜ୍ଜଳା ଯୋଜନାକୁ ସଫଳତାର ସହ ଲାଗୁ କରିବାଠାରୁ ଶିକ୍ଷାମନ୍ତ୍ରୀ ଭାବେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ଯାଏ ନିଜର ଦକ୍ଷତା ପ୍ରଦର୍ସନ କରିଛନ୍ତି । କେବଳ ଏତିକି ନୁହେଁ ଦଳୀୟ ସଂଗଠନରେ ବି ଧର୍ମେନ୍ଦ୍ରଙ୍କ ଗୁରୁତ୍ବ ବହୁତ ଅଛି। ସେ ବିହାର, ଉତ୍ତରପ୍ରଦେଶ ଠାରୁ ଆରମ୍ଭକରି ହରିୟାଣା ଆଦି ରାଜ୍ୟର ନିର୍ବାଚନ ପ୍ରଭାରୀ ଦାୟିତ୍ବ ତୁଲାଇ ଦଳକୁ ନିର୍ବାଚନୀ ସଫଳତା ଦେଇଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ଭଳି ଜଣେ ଦକ୍ଷ ଏବଂ ପାରିବାର ନେତାଙ୍କୁ ଦଳ ସଂଗଠନରେ ଗୁରୁ ଦାୟିତ୍ବ ଦେଇପାରେ ବୋଲି କୁହାଯାଉଛି । ଏପରିକି ସେ ଓଡିଶା ରାଜନୀତିକୁ ବି ଫେରିପାରନ୍ତି ବୋଲି କେନ୍ଦ୍ରରେ ଆଲୋଚନା ହେଉଛି ।

Also Read: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, କାହାର କ’ଣ ପ୍ରତିକ୍ରିୟା: ‘ଆନ୍ଦୋଳନ, ଗଣତନ୍ତ୍ର ଓ ଦେଶର ବୃହତ୍ତ ସ୍ବାର୍ଥ’

୨୦୨୬ ମେ ୩ରେ NEET-UG ପରୀକ୍ଷାରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା । ତୁରନ୍ତ ଭାରତ ସରକାର ଅନିୟମିତତାର ତଦନ୍ତ ଭାର ସିବିଆଇକୁ ଦେବା ସହ ପରୀକ୍ଷା ବାତିଲ୍ କରିଥିଲେ । ଏଥିସହ ପୁନଃ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଥିଲା । ଏଥିସହ ଆସନ୍ତା ବର୍ଷରୁ ଏହି ପରୀକ୍ଷା CBT ମୋଡ୍ରେ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ସମୟରେ ସରକାରଙ୍କ ପ୍ରମୁଖ ପ୍ରାଥମିକତା ଥିଲା ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୂଚାରୁରୂପ ଆୟୋଜିତ କରିବା । ୨୦୨୬ ଜୁନ୍ ୨୧ରେ ଏହି ପରୀକ୍ଷା ସଫଳତାର ସହ କରିଥିଲେ ସରକାର । ୧୬ ଜୁଲାଇରେ ନିଟ୍-ୟୁଜି ପରୀକ୍ଷା ଫଳ ଘୋଷଣା ହୋଇଥିଲା ।



Source link

Leave A Reply

Your email address will not be published.