Voice of Eastern India

କୂଅକୁ ଡେଇଁପଡ଼ିଲା ତିନି ବର୍ଷର ଶିଶୁକନ୍ୟା, ପଡ଼ିଯାଇଥିବା ବେଲୁନ୍ ଆଣିବାକୁ ଯାଇଥିବା ବେଳେ ଅଘଟଣ


ତେଲକୋଇ: ବେଲୁନ ଆଣିବା ପାଇଁ କୂଅକୁ ଡେଇଁଲା ଶିଶୁକନ୍ୟା। ଆଉ ବୁଡ଼ି ଯାଇ ଚାଲିଗଲା ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁ କିଶାନ ସାହିରେ।

ସୂଚନା ଅନୁଯାୟୀ, ଗାଁର ଚଉବନ କିଶାନଙ୍କ ତିନି ବର୍ଷର ଝିଅ ଶୀତଲ ଅନ୍ୟ ଶିଶୁଙ୍କ ସହିତ ଘର ପଛପଟେ ଥିବା କୂଅ ନିକଟରେ ବେଲୁନ ଧରି ଖେଳୁଥିବା ସମୟରେ ବେଲୁନଟି ହାତରୁ ଖସିଯାଇ କୂଅରେ ପଡ଼ିଯାଇଥିଲା। ଏହି ସମୟରେ ଝିଅଟିର ପରିବାର ଲୋକ ଘରେ ନଥିଲେ। ଏମିତିରେ ଝିଅଟି ନିଜେ ବେଲୁନ ଆଣିବାକୁ ଯାଇ କୂଅକୁ ଡେଇଁ ପଡ଼ିଥିଲା।

Also Read: ହାଇଓ୍ବା ଧକ୍କାରେ ବାପ-ଝିଅଙ୍କ ମୃତ୍ୟୁ, ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତେବେ ଘଟଣା ପରେ ସାଥୀରେ ଖେଳୁଥିବା ଅନ୍ୟ ପିଲାମାନେ ଏନେଇ ଶିତଲଙ୍କ ମାଆଙ୍କୁ ଡାକି ଆଣି ଦେଖାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ତେଲକୋଇ ମେଡିକାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।



Source link

Leave A Reply

Your email address will not be published.