Voice of Eastern India

ପରଲୋକରେ ଆଠମଲ୍ଲିକ ଗଡ଼ଜାତର ୪୪ ତମ ରାଜା, ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ କଲେ ଶେଷନିଶ୍ବାସ ତ୍ୟାଗ


ଆଠମଲ୍ଲିକ: ଆଠମଲ୍ଲିକ ଗଡ଼ଜାତର ୪୪ ତମ ରାଜା ପ୍ରଦୀପ ଚନ୍ଦ୍ର ଦେଓଙ୍କର ଶନିବାର ସକାଳେ ପରଲୋକ ଘଟିଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଏମିତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।

ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ପରେଶ ଦେଓ, ପୁତୁରା ତଥା ଖଣ୍ଡପଡ଼ାର ରାଜା ଓ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ଦୁଇ ନାତି ବିଶ୍ଵରାଜ ଓ ପୃଥ୍ଵୀରାଜ୍ ଉପସ୍ଥିତ ଥିଲେ। ପୁରୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନ ନାତି ପୃଥ୍ୱୀରାଜ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।



Source link

Leave A Reply

Your email address will not be published.