Voice of Eastern India

‘୧୫୦/୨୦୦ର ସ୍ୱପ୍ନ ଦେଖନ୍ତୁ ନାହିଁ’, କଂଗ୍ରେସର ଆସନ ଦାବିକୁ ସମାଜବାଦୀ ସାଂସଦଙ୍କ ଜବାବ


ନୂଆଦିଲ୍ଲୀ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିଲେଣି ସବୁ ରାଜନୈତିକ ଦଳ । ତେବେ ବିରୋଧୀ ଶିବିରରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ଇଣ୍ଡି ମେଣ୍ଟର ସହଯୋଗୀ ମାସଜବାଦୀ ପାର୍ଟି ଏବଂ କଂଗ୍ରେସ ନେତାମାନେ ଆସନ ବଣ୍ଟାକୁ ନେଇ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି । ଏହାରି ଭିତରେ ଏସପି ସାଂସଦ ଏସ.ପି.ସିଂହ ପଟେଲ ଏକ ବଡ଼ ବୟାନ ଦେଇଛନ୍ତି । କଂଗ୍ରେସ ପକ୍ଷରୁ କରାଯାଉଥିବା ଆସନ ଦାବି ଉପରେ ସେ କହିଛନ୍ତି ୨୦୦ ଆସନ ମିଳିବ ନା ୧୫୦ ଦିଆଯିବ । ଆସନ ସଂଖ୍ୟା ଯାହା ବି ହେବ, ତାହା ସମ୍ମାନଜନକ ହେବ ।

ଏସ.ପି. ସିଂହ ପଟେଲ କହିଛନ୍ତି, “ଜନସମର୍ଥନ ଅନୁପାତରେ ଆସନ ଦିଆଯିବ । ଅଖିଳେଶ ଯାଦବଙ୍କର ମଧ୍ୟ ସମାନ ମତ । ଆମର ମେଣ୍ଟ ତ ହେବାର ଅଛି । ଅସଲି ମେଣ୍ଟ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ହେବାର ଅଛି ।” ସମାଜବାଦୀ ପାର୍ଟି ସାଂସଦ କହିଛନ୍ତି ଯେ କିଛି ଲୋକ ମଝିରେ ମଝିରେ ଏଭଳି ବୟାନ ଦେଇ ପରିବେଶ ଖରାପ କରୁଛନ୍ତି । ନିଶ୍ଚିତ ଭାବରେ ଆମର ମେଣ୍ଟ ହେବ ଏବଂ ଏଥିରେ ଉଭୟ ଦଳର ଭଲ ଅଛି ।

ଏହା ପୂର୍ବରୁ, ପ୍ରତାପଗଡ଼ର ସାଂସଦ ଏସ.ପି.ସିଂହ ପଟେଲ ଶନିବାର ଏକ ବଡ଼ ଦାବି କରିଥିଲେ । ସେ କହିଥିଲେ ଯେ ଯଦି ଏସପି ସହ ମେଣ୍ଟ ହୋଇନଥାନ୍ତା, ତେବେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଗୋଟିଏ ବି ଆସନ ଜିତିପାରି ନଥାନ୍ତା । ପଟେଲ ଏହା ମଧ୍ୟ ଦାବି କରିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲୀରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ନଥିଲେ। ପଟେଲ କହିଥିଲେ ଯେ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଶ୍ୱାସନା ଦେବା ପରେ ହିଁ ରାହୁଲ ଗାନ୍ଧୀ ରାୟବରେଲୀରୁ ନିର୍ବାଚନ ଲଢ଼ିଥିଲେ ।

ସେ କହିଛନ୍ତି, “ଯେଉଁଠି ଯେଉଁଠି କଂଗ୍ରେସକୁ ଆସନ ଦିଆଯାଇଥିଲା, ସମାଜବାଦୀ ପାର୍ଟିର ପ୍ରତ୍ୟେକ ଭୋଟ୍ ସେମାନଙ୍କୁ ମିଳିଥିଲା । ଏହି କାରଣରୁ ସେମାନେ ଛଅଟି ଆସନ ଜିତିପାରିଲେ । ଆମେ ୩୭ଟି ଆସନ ଜିତିଲୁ । ଆମେ ସବୁ ଦୃଷ୍ଟିକୋଣରୁ କଂଗ୍ରେସଠାରୁ ଆଗରେ ଅଛୁ । ସେମାନେ ବିଧାନସଭା ନିର୍ବାଚନରେ ୫୦ରୁ ଅଧିକ ଆସନ ମାଗିବା ଉଚିତ ନୁହେଁ ଏବଂ ଏତିକିରେ ହିଁ ସନ୍ତୁଷ୍ଟ ରହିବା ଉଚିତ ।”



Source link

Leave A Reply

Your email address will not be published.