Voice of Eastern India

ଲଗାଣ ବର୍ଷାରେ ଜଳମଗ୍ନ ମା’ ନାରାୟଣୀ ମନ୍ଦିର, ତଥାପି ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼


ଖଲ୍ଲିକୋଟ ୨୭।୯: ସମୁଦ୍ରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଗତ ୩ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ବର୍ତ୍ତମାନ ବର୍ଷା ଛଡିଥିଲେ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳପ୍ରଳୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ବିଶେଷ କରି ଖଲ୍ଲିକୋଟ ସ୍ଥିତ ପ୍ରସିଦ୍ଧ ମା’ ନାରାୟଣୀ ମନ୍ଦିର ପରିସରରେ ଜଳମଗ୍ନ ସ୍ଥିତି ଦେଖିବାକୁ ମିଳିଛି । ପାହାଡ଼ ଉପରୁ ପ୍ରବଳ ବେଗରେ ଅନବରତ ବର୍ଷା ପାଣି ଖସୁଥିବାରୁ ମନ୍ଦିରକୁ ଯିବା ପାହାଚ ଗୁଡ଼ିକ ଏବେ ପ୍ରଖର ସ୍ରୋତର ଜଳପ୍ରପାତରେ ପରିଣତ ହୋଇଛି ।

Also Read:- ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୨୪ ଘଣ୍ଟାରେ ବଦଳାଇବ ପାଗ !

ତେବେ ଏହି ବନ୍ୟା ସଦୃଶ ପରିସ୍ଥିତି ଏବଂ ବିପଜ୍ଜନକ ସ୍ଥିତି ସତ୍ତ୍ୱେ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସରେ ଟିକିଏ ବାଧା ହୋଇନାହିଁ । ଶ୍ରଦ୍ଧାଳୁ ମାନେ ପ୍ରଖର ପାଣି ସ୍ରୋତରେ ହିଁ ମା’ଙ୍କ ଦର୍ଶନ ପାଇଁ ପାହାଚ ଚଢ଼ି ମନ୍ଦିରକୁ ଯାଉଛନ୍ତି ଏବଂ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିଛି । ପୂଜାରୀମାନେ ମଧ୍ୟ ନିୟମିତ ଭାବେ ମା’ଙ୍କ ନୀତିକାନ୍ତି ସମ୍ପାଦନ କରୁଛନ୍ତି ।

Watch Video:



Source link

Leave A Reply

Your email address will not be published.